Rule Change / LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !

Key Points
ନୂଆ PRAN ବା ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର ଖୋଲିବା ସମୟରେ ସରକାରୀ କର୍ମଚାରୀମାନଙ୍କୁ e-PRAN କିଟ ପାଇଁ ୧୮ ଟଙ୍କା ଦେବାକୁ ପଡିବ।
LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍ ପୋଷ୍ଟ ନିୟମରେ ହେବ ପରିବର୍ତ୍ତନ। ଆଜିଠୁ ବଦଳିବାକୁ ଯାଉଛି ୭ଟି ନିୟମ। ଏହି ପରବର୍ତ୍ତନ ସାଧାରଣ ଲୋକଙ୍କ ଜୀବନ ଏବଂ ଆର୍ଥିକ ଯୋଜନାକୁ ସିଧାସଳଖ ପ୍ରଭାବିତ କରିବ। ଟ୍ରେନ ଟିକେଟ, UPI, ପେନସନ ଯୋଜନା, ଅନଲାଇନ ଗେମିଂ, LPG, ପୋଷ୍ଟ ଅଫିସ ଏବଂ ବ୍ୟାଙ୍କିଂ ଭଳି କ୍ଷେତ୍ରରେ ନିୟମ ପରିବର୍ତ୍ତନ ହେଉଛି।
ଆଜିଠୁ LPG ସିଲିଣ୍ଡର ମୂଲ୍ୟ ବଦଳିବ। ତେଲ କମ୍ପାନୀଗୁଡ଼ିକ ଅକ୍ଟୋବର ୧ରୁ LPG ଏବଂ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିବେ। ରେଳ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ କାର୍ଯ୍ୟକାରୀ ହେବ। ଯେଉଁମାନଙ୍କର ଆଧାର କାର୍ଡ ଯାଞ୍ଚ କରାଯାଇଛି ସେମାନେ ରିଜର୍ଭେସନ ଖୋଲିବାର ୧୫ ମିନିଟ ପୂର୍ବରୁ ଟିକେଟ ବୁକ କରିପାରିବେ। ସେହିପରି UPI ପେମେଣ୍ଟ ନିୟମରେ ହେବ ପରିବର୍ତ୍ତନ। ଆଜିଠାରୁ ଆପଣ UPI ବ୍ୟବହାର କରି ସମ୍ପର୍କୀୟ ଏବଂ ବନ୍ଧୁଙ୍କଠାରୁ ସିଧାସଳଖ ଟଙ୍କା ମାଗିପାରିବେ ନାହିଁ।
NPCI ଅନୁଯାୟୀ, ଅନଲାଇନ ଠକେଇ ଏବଂ ଫିସିଂକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏବେ UPI ମାଧ୍ୟମରେ ଏକ ସମୟରେ ୫ ଲକ୍ଷ ପର୍ଯ୍ୟନ୍ତ କାରବାର କରିପାରିବେ, ଯାହା ପୂର୍ବ ସୀମା ୧ ଲକ୍ଷ ଥିଲା। UPI ଅଟୋ-ପେ ମଧ୍ୟ ଉପଲବ୍ଧ ହେବ, ଯାହାକୁ ସବସ୍କ୍ରିପସନ ଏବଂ ବିଲ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ। NPS ବା ଜାତୀୟ ପେନସନ ସିଷ୍ଟମରେ ହେବ ପରିବର୍ତ୍ତନ ।
ଏହାସହ ପଢ଼ନ୍ତୁ:- LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !
📱 Get Argus News App
✨ମାସିକ ସର୍ବନିମ୍ନ ଅବଦାନ ପରିମାଣ ୧୦୦୦କୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫୦୦ଥିଲା। NPSରେ ଏବେ ଟାୟାର ୧ ଓ ଟାୟାର ୨ ବିକଳ୍ପ ରହିବ। ଟାୟାର ୧ ଅବସର ଉପରେ ଧ୍ୟାନ ଦିଆଯିବ, ଯେତେବେଳେ ଟାୟାର ୨ ଏକ ନମନୀୟ ବିକଳ୍ପ ହେବ ଏବଂ ଏହା ଟିକସ ଲାଭ ପ୍ରଦାନ କରିବ ନାହିଁ। ନୂଆ PRAN ବା ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର ଖୋଲିବା ସମୟରେ ସରକାରୀ କର୍ମଚାରୀମାନଙ୍କୁ e-PRAN କିଟ ପାଇଁ ୧୮ ଟଙ୍କା ଦେବାକୁ ପଡିବ।
ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା
ସେହିପରି ଅନଲାଇନ ଗେମିଂରେ ନିୟମରେ ପରିବର୍ତ୍ତନ ହେବ। ନୂଆ ନିୟମ ଅନୁଯାୟୀ, ସମସ୍ତ ଅନଲାଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ MeitYରୁ ଏକ ବୈଧ ଲାଇସେନ୍ସ ପ୍ରାପ୍ତ କରିବାକୁ ପଡିବ। ସରକାର ଗେମିଂ ଶିଳ୍ପରେ ସୁରକ୍ଷା, ସ୍ବଚ୍ଛତା ଏବଂ ଠକେଇ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନୂତନ ନିୟମ ଅନୁଯାୟୀ, ୧୮ ବର୍ଷରୁ କମ ବୟସର ପିଲାମାନେ ଅନଲାଇନ ରିଅଲ-ମନି ଗେମିଂରେ ଅଂଶଗ୍ରହଣ କରିପାରିବେ ନାହିଁ। ସେହିପରି ଡାକ ସେବା ଏବଂ ସ୍ପିଡ ପୋଷ୍ଟ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଡାକ ସେବାର ସ୍ପିଡ ପୋଷ୍ଟ ମୂଲ୍ୟ ସଂଶୋଧନ କରାଯିବ। ନୂଆ ଫିଚର୍ଗୁଡ଼ିକରେ OTP-ଆଧାରିତ ଡେଲିଭରି, ରିଅଲ-ଟାଇମ ଟ୍ରାକିଂ, ଅନଲାଇନ ବୁକିଂ ଏବଂ SMS ବିଜ୍ଞପ୍ତି ଅନ୍ତର୍ଭୁକ୍ତ ହେବ। ଛାତ୍ରମାନେ ସ୍ପିଡ ପୋଷ୍ଟରେ ୧୦ ପ୍ରତିଶତ ରିହାତି ପାଇବେ ଏବଂ ନୂତନ ବଲ୍କ ଗ୍ରାହକମାନେ ୫ ପ୍ରତିଶତ ରିହାତି ପାଇବେ।