ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ ଅପରେସନ ସିନ୍ଦୂରର ବୀରତ୍ଵ ଗାଥା

Key Points
ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ ଅପରେସନ ସିନ୍ଦୂରର ବୀରତ୍ଵ ଗାଥା
ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି ଏନସିଇଆରଟି
ଭାରତୀୟ ସେନାର ସାହସ ଜାଣିବେ ଛାତ୍ରଛାତ୍ରୀ
ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ ଅପରେସନ ସିନ୍ଦୂରର ବୀରତ୍ଵ ଗାଥା । ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏନସିଇଆରଟି । ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି ଏନସିଇଆରଟି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଦ୍ୱାରା 7 ମେ ୨୦୨୫ରେ ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା ଅପରେସନ ସିନ୍ଦୁର । ଏହି ଅପରେସନ ଏବେବି ଜାରି ରହିଛି । ଏନସିଇଆରଟି ପକ୍ଷରୁ ଦୁଇଟି ବିଭାଗରେ ମଡ୍ୟୁଲ୍ ପ୍ରସ୍ତୁତ କରୁଛି । ଗୋଟିଏ ପ୍ରାଛମିକ ସ୍ତରରେ ତୃତୀୟରୁ ଅଷ୍ଟମ ଏବଂ ଦ୍ବିତୀୟଟି ଉଚ୍ଚ ଶ୍ରେଣୀ ଅର୍ଥାତ୍ ୯ମରୁ ଦ୍ଵାଦଶ ଶ୍ରେଣୀର ପାଠ୍ୟକ୍ରମରେ ଅପରେସନ ସିନ୍ଦୂର ସମ୍ବନ୍ଧୀୟ ବିଷୟ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ବାରା ଛାତ୍ରଛାତ୍ରୀ ଭାରତୀୟ ସେନାର ସାହସ, ବୀରତ୍ୱ ଗାଥା ଜାଣିବା ସହ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଭାବନା ଜାଗ୍ରତ କରିବ ।