Dharmendra Pradhan / ଭାରତରେ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା, ଆହୁରି ମଜଭୁତ ହେବ ଦେଶର ଦକ୍ଷତା ଇକୋସିଷ୍ଟମ

Key Points
ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଉନ୍ନତ ଭବିଷ୍ୟତର ବ୍ଲୁପ୍ରିଣ୍ଟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସ୍ୱାକ୍ଷରିତ ହେଲା ଏକାଧିକ ବୁଝାମଣା ପତ୍ର । ଭାରତରେ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା । ବେଙ୍ଗାଲୁରୁରେ କ୍ୟାମ୍ପସ ଖୋଲିବ ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟି । ଆହୁରି ମଜଭୁତ ହେବ ଦେଶର ଦକ୍ଷତା ଇକୋସିଷ୍ଟମ ।
ଦେଶରେ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱର ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆ ସିଡନିର ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟି ଏବେ ଭାରତରେ ନିଜ କ୍ୟାମ୍ପସ ଖୋଲିବାକୁ ଯାଉଛି। ଆଜି ଦିଲ୍ଲୀରେ ବସିଥିବା ତୃତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ବା AIESC ବୈଠକରେ ଏନେଇ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟକୁ UGC ଜାରି କରିଛି ଆଗ୍ରହ ପତ୍ର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାକ୍ଷରିତ ହୋଇଛି ଏକାଧିକ ବୁଝାମଣା ପତ୍ର। ଏହି ବୈଠକରେ ଭବିଷ୍ୟତ ଶିକ୍ଷା ଏବଂ ଦକ୍ଷତା ଇକୋସିଷ୍ଟମ ଗଠନ ନେଇ ଆଲୋଚନା ହୋଇଛି। ପ୍ରାଥମିକ ଶିକ୍ଷା ନେଇ CBSE ସହିତ ବୁଝାମଣା ପତ୍ର ହୋଇଛି। ସ୍କୁଲ ଲିଡରସିପ ଉପରେ ମଧ୍ୟ ଆଲୋଚନା ଏବଂ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ହୋଇଛି। ଅଷ୍ଟ୍ରେଲିଆରେ CBSE ଆଫିଲିଟେଡ୍ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଶିକ୍ଷାଠୁ ନେଇ କ୍ରୀଡ଼ା ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ, ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେସନ କ୍ଲେୟାର, ଭାରତର କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମୁଜୁମଦାର ଏବଂ ଅଷ୍ଟ୍ରେଲିୟା ଦକ୍ଷତା ବିକାଶ ମନ୍ତ୍ରୀ ଆଣ୍ଡ୍ରୁ ଗାଇଲ୍ସ ପ୍ରମୁଖ ସାମିଲ ହୋଇଥିଲେ।
ଅଷ୍ଟ୍ରେଲିଆ ଓ ଭାରତ ଭିତରେ ଶିକ୍ଷା କ୍ଷେତ୍ରକୁ ନେଇ ବୃଦ୍ଧି ହୋଇଛି ସହଯୋଗ। ଆଜିର ବୈଠକର ନିଷ୍ପର୍ଷ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ସୁଦୃଢ଼ କରିବ, ସ୍କୁଲ ଶିକ୍ଷାରେ ପାରସ୍ପରିକ ସ୍ୱୀକୃତି ଶିକ୍ଷାର ଢାଞ୍ଚାକୁ ଆଗେଇ ନେବ। ଶିକ୍ଷକ ବିକାଶର ଦୃଢ଼ ପଥ ନିର୍ମାଣ କରିବା ପାଇଁ ଭାରତ-ଅଷ୍ଟ୍ରେଲିଆ ସହଯୋଗ ବୃଦ୍ଧି ଉପରେ ବଡ଼ ନିଷ୍ପତ୍ତି ହୋଇଛି। ଯାହା ଆଗକୁ ଭାରତର ଯୁବ ବର୍ଗଙ୍କ ଭବିଷ୍ୟତ ନିର୍ମାଣରେ ରଖିବ ଗୁରୁତ୍ୱପୂର୍ଣ୍ଣ ଭୂମିକା।
Immense pleasure to welcome Minister @JasonClareMP, Minister @andrewjgiles, Minister @JulianHillMP and the Australian delegation to the 3rd Australia-India Education and Skills Council Meeting.
— Dharmendra Pradhan (@dpradhanbjp) December 8, 2025
The 3rd AIESC served as a great opportunity to build on the progress made since the… pic.twitter.com/F3IEHptYDQ
📱 Get Argus News App
✨Related Topics
Explore more stories