ସେପ୍ଟେମ୍ବର ୨ ରୁ ବିଜେପିର ଦେଶ ବ୍ୟାପି ସଦସ୍ୟତା ଅଭିଯାନ ଆରମ୍ଭ
·1 year ago

ଭୁବନେଶ୍ୱର: ସେପ୍ଟେମ୍ବର ୨ ରୁ ବିଜେପିର ଦେଶ ବ୍ୟାପି ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏହି ଅଭିଯାନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବ। ଏହା ପୂର୍ବରୁ ଅଗଷ୍ଟ ୧୭ରେ ଦଳର ଅଧକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧକ୍ଷତାରେ ଏକ ମେମ୍ବରସିପ୍ ୱାର୍କସପ୍ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର 2 ରେ ସମସ୍ତ ସଦସ୍ୟଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଦଳର ସଭାପତି ସଦସ୍ୟତା ପ୍ରଦାନ କରିବେ।
2014 ପର୍ଯ୍ୟନ୍ତ, ଚାଇନାର କମ୍ୟୁନିଷ୍ଟ ପାର୍ଟି ଦୁନିଆର ସବୁଠୁ ବଡ ରାଜନୈତିକ ଦଳ ଥିଲା, କିନ୍ତୁ ବିଜେପିର 11 କୋଟି ସଦସ୍ୟ ହେବା ପରେ ବର୍ତମାନ ଏହା ବିଶ୍ବର ସବୁଠୁ ବଡ ରାଜନୈତିକ ଦଳ ହୋଇଛି ବୋଲି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ...ବିଜେପି ଦ୍ୱାରା ଏହି ସଦସ୍ୟତା ଡ୍ରାଇଭ୍ ର ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର 25 ରେ ଶେଷ ହେବ |
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: