Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ଠାରୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

National

ଆଜି ଠାରୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

Smruti Parija
Browse all articles by Smruti Parija
·2 years ago·2 min read
ଆଜି ଠାରୁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

 ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ, ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ । ଏପ୍ରିଲ ୧୬ରୁ ସାତଟି ପର୍ଯ୍ୟାୟରେ ଦେଶରେ ହେବ ଲୋକସଭା ନିର୍ବାଚନ । ତା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶର ବିଧାନସଭା ପାଇଁ ମଧ୍ୟ ମତଦାନ ହେବ । ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ୍ ନିଆଯିବ । ମୁଖ୍ୟ ନିର୍ବାଚନ କମିଶନର ନୂଆଦିଲ୍ଲୀରେ ଆଜି ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଆଜି ଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ୪ଟି, ମେ ୨୦ରେ ୫ଟି, ମେ ୨୫ରେ ୬ଟି ଓ ଜୁନ୍ ୧ରେ ଅନ୍ୟ ୬ଟି ଆସନରେ ଭୋଟ୍ ନିଆଯିବ । ଏଥିସହ ଜୁନ୍ ୪ ତାରିଖରେ ଘୋଷଣା ହେବ ଫଳାଫଳ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ କରି ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଘୋଷଣା ସହ ଆଜିଠାରୁ ହିଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । 

ଲୋକସଭା ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଏବେ କରାଯିବ ନାହିଁ । ଏଥର ଦେଶର ୧୦.୫ ଲକ୍ଷ ବୁଥରେ ଭିଭିପାଟ୍ ଥିବା ୫୫ ଲକ୍ଷ ଇଭିଏମରେ ଭୋଟ୍ ନିଆଯିବ । ଅପରାଧ ପୃଷ୍ଠଭୂମି ଥିବା ନେତାମାନେ ନିଜ ସମ୍ପର୍କରେ ପ୍ରଚାର ସମୟରେ  ତିନି ଥର ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଅବଗତ କରିବେ । କାହିଁକି ଅପରାଧୀ ପୃଷ୍ଠଭୂମି ଥିବା ଲୋକଙ୍କୁ ଟିକେଟ୍ ଦିଆଗଲା ସେନେଇ ସୂଚନା ଦେବେ ରାଜନୈତିକ ଦଳ ।  

୨୦୧୯ରେ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପିକୁ ଏକାକୀ ୩୦୩ଟି ଆସନ ମିଳିଥିବା ବେଳେ ଏନଡିଏକୁ ମିଳିଥିଲା ୩୫୩ ସିଟ୍ । କଂଗ୍ରେସ ମାତ୍ର ୫୨ଟି ସିଟରେ ସୀମିତ ରହିଥିଲା । ଚଳିତ ଥର ପ୍ରାୟ ୯୭ କୋଟି ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ଯେଉଁମାନଙ୍କ ମଧ୍ୟରେ ନୂଆ ଭୋଟରଙ୍କ ସଂଖ୍ୟା ରହିଛି ୧.୮୨ କୋଟି । ସେହିପରି ଦେଢ଼ କୋଟି କର୍ମଚାରୀ ଓ ସୁରକ୍ଷା କର୍ମୀ ନିର୍ବାଚନ ପରିଚାଳନା ପାଇଁ ମୁତୟନ ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Painting
Sponsored
From today, the model code of conduct has been implemented across the country | Argus News