Videos
|
National

ଆଜିଠୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଜିଠୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା

ଆଜିଠୁ ଏଟିଏମ୍‌ରୁ ଟଙ୍କା ଉଠାଇବା ହେବ ମହଙ୍ଗା । ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଏଟିଏମ୍‌ ଇଣ୍ଟରଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏଣୁ ଯଦି ଘରୋଇ ବ୍ୟାଙ୍କ ନେଟୱାର୍କ ବାହାରେ ATM ରୁ କୌଣସି ଟଙ୍କା ଉଠାଣ କରାଯାଏ କିମ୍ବା ବାଲାନ୍ସ ଯାଞ୍ଚ କରାଯାଏ, ତେବେ ଏହା ଆପଣଙ୍କୁ ପୂର୍ବ ଅପେକ୍ଷା ସାମାନ୍ୟ ଅଧିକା ମହଙ୍ଗା ପଡ଼ିବ। ପୂର୍ବରୁ ନିଜ ଘରୋଇ ବ୍ୟାଙ୍କର ATM ବଦଳରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୧୭ ଟଙ୍କା ଦେବାକୁ ପଡୁଥିଲା।


ଏବେ ଏହା ୧୯ ଟଙ୍କା ହୋଇଯାଇଛି। ଅନ୍ୟ ବ୍ୟାଙ୍କର ATMରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ପୂର୍ବରୁ ୬ ଟଙ୍କା ଦେବାକୁ ପଡୁଥିବା ବେଳେ ଏହାକୁ ଏବେ ୭ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଯେତେବେଳେ ଆପଣ ମାଗଣା ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରିବେ ସେତେବେଳେ ଅନ୍ୟ ବ୍ୟାଙ୍କର ATMରୁ ଟ୍ରାଞ୍ଜାକ୍ସନ ଫି’ ନିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
From today, withdrawing money from ATMs will be expensive | Argus News