Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୱାଇଫାଇ ଠାରୁ ଔଷଧ ଯାଏଁ , ଏହି କ୍ୟାବରେ ମିଳୁଛି ମାଗଣା ସୁବିଧା

National

ୱାଇଫାଇ ଠାରୁ ଔଷଧ ଯାଏଁ , ଏହି କ୍ୟାବରେ ମିଳୁଛି ମାଗଣା ସୁବିଧା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ୱାଇଫାଇ ଠାରୁ ଔଷଧ ଯାଏଁ , ଏହି କ୍ୟାବରେ ମିଳୁଛି ମାଗଣା ସୁବିଧା

ଅର୍ଗସ ବ୍ୟୁରୋ : ଲକ୍ସରୀ ଉବେର କ୍ୟାବ । ଏମିତି କ୍ୟାବ ଯାହା ଆପଣ ଆଉ କେଉଁଠି ଦେଖିନଥିବେ । ୱାଇଫାଇଠୁ ଆରମ୍ଭ କରି ଔଷଧଯାଏଁ, ସମସ୍ତ ସୁବିଧା ଏହି ଗାଡିରେ ଯାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ରହିଛି । ଯାହା ଯାତ୍ରୀମାନଙ୍କୁ ବେଶ ଆକର୍ଷିତ କରୁଛି ।

ଦିଲ୍ଲୀର ଏପରି ଜଣେ ଉବେର କ୍ୟାବ ଡ୍ରାଇଭର ଚର୍ଚ୍ଚାରେ ରହିଛନ୍ତି । ଏହି ଉବେର ଡ୍ରାଇଭର ଜଣକଙ୍କ ନାଁ ହେଉଛି ଅବଦୁଲ୍ । ସେ ଯାତ୍ରୀମାନଙ୍କ ପାଇଁ ନିଜ ଗାଡିରେ ସମସ୍ତ ସୁବିଧା ରଖିଛନ୍ତି । ୱାଇଫାଇ, ପାଣି ବୋତଲ , ଟିସୁ , ସ୍ନାକ୍ସ, କୋଲ୍ଡଡ୍ରିଙ୍କ୍ସ , କ୍ୟାଣ୍ଡି ଚକୋଲେଟ । ଏଥିସହ ବିଭିନ୍ନ ପ୍ରକାରର ଔଷଧ ସେମିତିକି, ପେନ୍‌ କିଲର, ଆଣ୍ଟାସିଡ୍‌ ଆଦି ରଖିଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ଯେଉଁ ଯେଉଁ ସୁବିଧା ଦରକାର ସେ ସବୁ ନିଜ ଗାଡିରେ ସଜାଇ ରଖିଛନ୍ତି ଅବଦୁଲ । ଏବଂ ସବୁଠୁ ବଡ କଥା ହେଉଛି, ଏସବୁ ମାଗଣାରେ ଯାତ୍ରୀମାନେ ବ୍ୟବହାର କରିପାରିବେ ।

ରେଡ୍ଡିଟ୍‌ରେ ଜଣେ ୟୁଜର୍ସ ଏହି କ୍ୟାବର ଏକ ଫଟୋ ଛାଡି କ୍ୟାପସନ ଲେଖିଛନ୍ତି, "ଏମିତି ଏକ କ୍ୟାବ ମିଳିଲା, ଯେଉଁଥିରେ ଫ୍ଲାଇଟ୍‌ଠାରୁ ଅଧିକ ସୁବିଧା ଅଛି" ।
ଡ୍ରାଇଭରଙ୍କର ଏପରି ସୁବିଧା ଦ୍ବାରା ଯାତ୍ରୀମାନେ ଏହି ଗାଡି ପ୍ରତି ବେଶ ଆକର୍ଷିତ ହୋଇଛନ୍ତି । ଅନେକ ଜଣ ତାଙ୍କର ଏପରି ସୁବିଧା ପାଇଁ ତାଙ୍କୁ ଅଧିକ ଟଙ୍କା ମଧ୍ୟ ଖୁସିରେ ଦେଉଛନ୍ତି ।
ତେବେ ଏହି କ୍ୟାବ୍‌ ଡ୍ରାଇଭରକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, "ଏହି ବ୍ୟକ୍ତି ଜଣକ ବହୁତ ଭଲ ଲୋକ । ଏବଂ ତାଙ୍କର ସୁବିଧା ଅତ୍ୟନ୍ତ ଉଚ୍ଚକୋଟୀର"। ଅନେକ ଯାତ୍ରୀ ଏହି ଡ୍ରାଇଭରଙ୍କ ଏପରି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From Wi-Fi to medicines, these cabs offer free facilities | Argus News