Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦରଦାମ ନିୟନ୍ତ୍ରଣ ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

National

ଦରଦାମ ନିୟନ୍ତ୍ରଣ ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

Manini Pattanayak
Browse all articles by Manini Pattanayak
·2 years ago·1 min read
ଦରଦାମ ନିୟନ୍ତ୍ରଣ ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ:  ଦରଦାମ ବୃଦ୍ଧି ରୋକିବା ଦିଗରେ କାମ କରୁଛି ମୋଦିଙ୍କ ଗ୍ୟାରେଣ୍ଟି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିଛନ୍ତି ମୋଦି ସରକାର। ଉଭୟ ତୈଳର ଦର ଦୁଇ ଟଙ୍କା ଲେଖାଏଁ କମାଇଛନ୍ତି ମୋଦି ସରକାର। ଶୁକ୍ରବାର ସକାଳ 6ଟାରୁ ସାରା ଦେଶରେ ଲାଗୁ ହୋଇଛି  ନୂଆ ଦର। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିଦ୍ଧିବଦ୍ଧ ସୂଚନା ଦିଆଯାଇଛି। ଦେଶବାସୀଙ୍କ ପାଇଁ ଏ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର 100 ଟଙ୍କା 92 ପଇସାକୁ ଖସିଆସିଥିବା ବେଳେ  ଡିଜେଲ ଲିଟର ପିଛା 92 ଟଙ୍କା 50 ପଇସାରେ ପହଞ୍ଚିଛି।

କଟକରେ ପେଟ୍ରୋଲ ଲିଟର ପିଛା 101 ଟଙ୍କା 14 ପଇସା ଓ ଡିଜେଲ 92 ଟଙ୍କା 72 ପଇସା ହୋଇଛି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଉପଭୋକ୍ତା।  କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ପେଟ୍ରୋଲ ଡିଜେଲ ଉପରେ 2 ପ୍ରତିଶତ ଅତିରିକ୍ତ ଭାଟ୍ ଛାଡ଼ କରିଛନ୍ତି ରାଜସ୍ଥାନର ବିଜେପି ସରକାର। ଯାହାଫଳରେ ରାଜସ୍ଥାନରେ ପେଟ୍ରୋଲ ଡିଜେଲ ଦରରେ ଅତିରିକ୍ତ ଦୁଇ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ଚିରାଚରିତ ଭାବେ ଏହାକୁ ନିର୍ବାଚନୀ ଘୋଷଣା କହି ସମାଲୋଚନା କରିଛି କଂଗ୍ରେସ। କିଛି ଦିନ ତଳେ ରନ୍ଧନ ଗ୍ୟାସ ସିଲିଣ୍ଡର 100 ଟଙ୍କା ଦର ହ୍ରାସ କରିଛନ୍ତି ମୋଦି ସରକାର। ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ପାଇଁ 300 ଟଙ୍କାର ସବସିଡି ରାଶି ମଧ୍ୟ ଘୋଷଣା କରିଛନ୍ତି। ଏବେ ତୈଳ ଦର ବୃଦ୍ଧି ସାରା ଦେଶରେ ଲୋକଙ୍କୁ ଦେବ ବଡ଼ ଆଶ୍ବସ୍ତି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel Price Reduction by Rs 2 per Litre Draws Attention to Back-Breaking Inflation. Minister Hardeep Puri has praised PM Modi for the decision. | Argus News