Videos
|
National

ଦିଲ୍ଲୀରେ ଓଡ଼ିଆ ପୂଜା ପଦ୍ଧତିରେ ପୂଜା ପାଇଲେ ଗଜାନନ

Manini Pattanayak
Browse all articles by Manini Pattanayak
·2 years ago·1 min read
ଦିଲ୍ଲୀରେ ଓଡ଼ିଆ ପୂଜା ପଦ୍ଧତିରେ ପୂଜା ପାଇଲେ ଗଜାନନ

ନୂଆଦିଲ୍ଲୀ:  ରାଜଧାନୀ  ଦିଲ୍ଲୀରେ ରେ ପାରମ୍ପାରିକ ଓଡ଼ିଆ ପୂଜା ପଦ୍ଧତି ରେ ପାଳିତ ହୋଇଛି ଗଣେଶ ପୂଜା ।  ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ (DOSA) ପକ୍ଷରୁ ରାଜଧାନୀରେ ଓଡିଆ ସମ୍ପ୍ରଦାୟକୁ ଏକାଠି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାନ୍ଧୀ ଭବନରେ ପାରମ୍ପାରିକ ଓଡ଼ିଆ ଶୈଳୀରେ ଗଣେଶ ପୂଜା ଉତ୍ସବ ଆୟୋଜନ  ହୋଇଥିଲା।  ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ଛାତ୍ର - ଛାତ୍ରୀ ଙ୍କୁ ଆଶିଷ ପ୍ରଦାନ କରିଥିଲେ।

ଅଧ୍ୟାପିକା ବିଜୟଲକ୍ଷ୍ମୀ ନନ୍ଦ, ପ୍ରଧାନ acharyaa, ମିରାଣ୍ଡା ହାଉସ କଲେଜ, ମାଳତୀ ଟୁଡୁଙ୍କ ସମେତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ଅନୁଗ୍ରହ ପ୍ରଦାନ କରିଥିଲେ।  ଏଥିସହିତ ବିଭିନ୍ନ  ସାଂସ୍କୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।   ଆମ ଓଡ଼ିଆ ଯେଉଁଆଡେ ରହିଲେ ମଧ୍ୟ ତାଙ୍କ ସଂସ୍କୃତିକୁ ପାଳନ କରିବାରେ କେବେ ଭୁଲି ନଥାନ୍ତି କି ପଛଘୁଞ୍ଚା ଦେଇନଥାନ୍ତି।  ବିଦେଶରେ ଓଡ଼ିଆ ପରିଚୟ ଦେଇ ଏବଂ ଓଡିଆ ପୂଜା, ପର୍ବ , ପର୍ବାଣୀ ପାଳନ କରି  ନିଜକୁ ଧନ୍ୟ ମନେ କରିଥାନ୍ତି। 

ଅଧିକ ପଢନ୍ତୁ ଭାରତ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: