Videos
|
National

Accident News / ଗଣେଶ ପୂଜା ପେଣ୍ଡାଲରେ ବଡ଼ ଅଘଟଣ: ବିଦ୍ୟୁତ୍ ଆଘାତରେ ୪ ମୃତ, ୩ ଗୁରୁତର

Rashmita Mishra
Browse all articles by Rashmita Mishra
·3 hours ago·2 min read
ଗଣେଶ ପୂଜା ପେଣ୍ଡାଲରେ ବଡ଼ ଅଘଟଣ: ବିଦ୍ୟୁତ୍ ଆଘାତରେ ୪ ମୃତ, ୩ ଗୁରୁତର
Electric Shock

Key Points

ପେଣ୍ଡାଲରେ ଲାଗିଲା ନିଆଁ ମରିଗଲେ ୪ ଜଣ । 
ଗଣେଶ ପୂଜା ପେଣ୍ଡାଲରେ ବଡ଼ ଅଘଟଣ । 
ବିଦ୍ୟୁତ୍ ଆଘାତରେ ୪ ମୃତ, ୩ ଗୁରୁତର । 

ମଧ୍ୟପ୍ରଦେଶର ମଣ୍ଡଳା ଜିଲ୍ଲା ନୈନପୁର ଥାନା ଅଧୀନ ହୀରାପୁର ଗାଁରେ ଗଣେଶ ପୂଜା ପେଣ୍ଡାଲରେ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ୍ ତାର ଛିଣ୍ଡି ପେଣ୍ଡାଲ ଉପରେ ପଡ଼ିବାରୁ କରେଣ୍ଟ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣ ଯୁବକ ଗୁରୁତର ଭାବେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି ।

ସୂଚନା ଅନୁସାରେ, ଗଣେଶ ବିସର୍ଜନ ପରେ ପେଣ୍ଡାଲ ଖୋଲିବା ପାଇଁ ଆସିଥିବା କିଛି ଲୋକ ରାତିରେ ପେଣ୍ଡାଲ ଉପରେ ଶୋଇଥିଲେ । ଆଜି ସକାଳ ପ୍ରାୟ ୫ଟା ସମୟରେ ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଛିଣ୍ଡି ପେଣ୍ଡାଲ ଉପରେ ପଡ଼ିଥିଲା । ଫଳରେ ପେଣ୍ଡାଲରେ ଶୋଇଥିବା ୮ ଜଣ କରେଣ୍ଟର ସଂସ୍ପର୍ଶରେ ଆସିଥିଲେ ।

ଏହି ଦୁର୍ଘଟଣାରେ ଜୈନୁ ଭାଁଭରେ (୧୯), ରବି ଝାରିଆ (୨୪), କୃଷ୍ଣ କୁମାର ଭାଁଭରେ (୧୮) ଏବଂ ବୀରେନ୍ଦ୍ର ଭାଁଭରେ (୨୪)ଙ୍କ ମୃତ୍ୟୁ ହୋଇଛି । ଆହତ ପ୍ରିୟାଂଶୁଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଖବର ପାଇ ନୈନପୁର ଏସ୍‌ଡିଏମ୍ ଆଶୁତୋଷ ଠାକୁର ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ, ବିଦ୍ୟୁତ୍ ବିଭାଗ ଏବଂ ପ୍ରଶାସନିକ ଟିମ୍ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା କରିଥିଲେ ।

ଏଥି ସହ ପଢନ୍ତୁ: ସଡ଼କ ଦୁର୍ଘଟଣା ନେଲା ମନ୍ତ୍ରୀଙ୍କ ଝିଅର ଜୀବନ: ଝିଅକୁ ଶେଷ ବିଦାୟ ସମୟରେ ଭାଙ୍ଗିପଡ଼ିଲେ ମା'

ମୁମ୍ବାଇରେ ମଧ୍ୟ ପେଣ୍ଡାଲରେ କରେଣ୍ଟ ଲାଗି ଦୁର୍ଘଟଣା
ଏହାର ପ୍ରାୟ ୬ ଦିନ ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇର କାଲାଚୌକି ଅଞ୍ଚଳରେ ଲାଲବାଗଚା ରାଜା ପେଣ୍ଡାଲରେ ମଧ୍ୟ ବିଦ୍ୟୁତ୍ ଦୁର୍ଘଟଣା ଘଟିଥିଲା । ଦତ୍ତାରାମ ଲାଡ୍ ମାର୍ଗରେ ମହାଗଣପତି ଉତ୍ସବ ମଣ୍ଡଳ ପକ୍ଷରୁ ନିର୍ମିତ ପେଣ୍ଡାଲରେ ଏକ ପାଣି ଷ୍ଟଲ୍‌ରେ କରେଣ୍ଟ ଯାଉଥିଲା । ଏଥିରେ ୬ ଜଣ ଲୋକ କରେଣ୍ଟର ଶିକାର ହୋଇଥିଲେ ।

ଏହି ଘଟଣାରେ ଜଣେ ମହିଳା ଏବଂ ୮ ବର୍ଷର ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ ଆହତଙ୍କୁ ସମୟରେ ହସ୍ପିଟାଲରେ ପହଞ୍ଚାଯାଇଥିବାରୁ ସେମାନଙ୍କ ଜୀବନ ରକ୍ଷା ପାଇଥିଲା ଏବଂ ପରେ ସେମାନଙ୍କ ଅବସ୍ଥା ବିପଦମୁକ୍ତ ହୋଇଥିବା ଜଣାପଡ଼ିଥିଲା ।

ବିଏମ୍‌ସି ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ୮ ବର୍ଷୀୟା ରଘିନୀ ଘନଶ୍ୟାମ ଯାଦବ ଏବଂ ୩୩ ବର୍ଷୀୟା ସୁଜାତା ଥିଲେ । ଘଟଣାରେ ୧୨ ବର୍ଷୀୟା ରୁହି ସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଆହତଙ୍କ ମଧ୍ୟରେ ୧୯ ବର୍ଷୀୟ କିରଣ ଅକବର ନାଇକ, ୧୯ ବର୍ଷୀୟା ତନ୍ୱୀ ନରେଶ ହାଣ୍ଡେ ଏବଂ ୧୯ ବର୍ଷୀୟ ସାହିଲ ସନ୍ଦୀପ ତାରେ ଥିବା ଜଣାପଡ଼ିଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: