Videos
|
National

ଆଜି ପବିତ୍ର ଗଣେଶ ପୂଜା, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ପବିତ୍ର ଗଣେଶ ପୂଜା, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Key Points

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା

ସବୁଠି ଖୁସିର ମାହୋଲ

ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପୁରଠୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଚଳଚଞ୍ଚଳ ପୁରପଲ୍ଲୀ। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ମଣ୍ଡପ ଗୁଡିକୁ ଆଲୋକମାଳାରେ ସଜାଯାଇଛି। ଏଥର କଟକ ଓ ଭୁବନେଶ୍ବରରେ ଶତାଧିକ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ପାଇବେ ।ଶିକ୍ଷାନୁଷ୍ଠାନର ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜା ଚାଲିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଲେଖିଛନ୍ତି, ‘ଆପଣମାନଙ୍କୁ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ବହୁତ ବହୁତ ଶୁଭକାମନା। ଭକ୍ତି ଏବଂ ବିଶ୍ୱାସରେ ପରିପୂର୍ଣ୍ଣ ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଶୁଭ ହେଉ। ମୁଁ ପ୍ରଭୁ ଗଜାନନଙ୍କୁ ତାଙ୍କ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି। ଗଣପତି ବାପ୍ପା ମୋର୍ଯ୍ୟା!’ଗଣେଶ ଚତୁର୍ଥୀକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ। ଏହା ଏକ ନୂତନ ଆରମ୍ଭର ପ୍ରତୀକ। ଏହା ବାଧା ବିନାଶକାରୀ ଭଗବାନ ଗଣେଶଙ୍କ ପୂଜାକୁ ଚିହ୍ନିତ କରେ, ଯାହାଙ୍କୁ ଶୁଭ କାର୍ଯ୍ୟ ପୂର୍ବରୁ ପୂଜା କରାଯାଏ। ଦେଶ ଏବଂ ବିଦେଶର ଭକ୍ତମାନେ ସଜ୍ଜିତ ଘର ଏବଂ ପାଣ୍ଡାଲ, ପ୍ରାର୍ଥନା, ସଙ୍ଗୀତ ଏବଂ ସ୍ପନ୍ଦନଶୀଳ ଶୋଭାଯାତ୍ରା ସହିତ ତାଙ୍କ ଜ୍ଞାନ ଏବଂ ବୁଦ୍ଧିମତା ପାଳନ କରନ୍ତି।