Videos
|
National

Gas Explosion / ରୋଷେଇ ବେଳେ ଭୟଙ୍କର ଗ୍ୟାସ ବିସ୍ଫୋରଣ: ଗୋଟିଏ ପରିବାରର ୭ ଜଣ ଗୁରୁତର

Ritu Das
Browse all articles by Ritu Das
·4 months ago·2 min read
ରୋଷେଇ ବେଳେ ଭୟଙ୍କର ଗ୍ୟାସ ବିସ୍ଫୋରଣ: ଗୋଟିଏ ପରିବାରର ୭ ଜଣ ଗୁରୁତର
India

Key Points

ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଜଳିଗଲେ
ଘରେ ସମସ୍ତେ ବସିଥାନ୍ତି ହସଖୁସିରେ କଥା ହେଉଥାନ୍ତି। ଖାଦ୍ୟ ପ୍ରସ୍ତୁତ ହେଲେ ଖାଇବାକୁ ସମସ୍ତେ ଏକାଠି ହୋଇଥାଆନ୍ତେ। ଏତିକିବେଳେ ଶୀଘ୍ର ରୋଷେଇ ସରିଲେ ଖାଇବା ପରଷାଯିବ କହୁଥାଆନ୍ତି। ଏତିକି ବେଳେ ହେଲା ଜୋରଦାର ଧମାକା। ଆଉ ଗୋଟିଏ ପରିବାରର ଜଳିଗଲେ ୭ଜଣ। କେହି କିଛି ବୁଝିବା ଶୁଝିବା ପୂର୍ବରୁ ଘରେ ପୁରା ନିଆଁ ଲାଗିଯାଇଥିଲା।

ଏଭଳି ଘଟଣା ଘଟିଛି ରାଜସ୍ଥାନର ଭିୱାଡିରେ। ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଜଳିଗଲେ। ରୋଷେଇ କରୁଥିବା ସମୟରେ ହୋଇଥିବା ଏହି ବିସ୍ଫୋରଣ ଘର କ୍ଷତିଗ୍ରସ୍ତ ହେବା ସହିତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଅଲୱାରକୁ ପଠାଯାଇଛି।

ଏହାସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ଚଳନ୍ତା କାର ନିଆଁ ପିଣ୍ଡୁଳାରେ ପରିଣତ…ଜଣେ ଝିଅ ସମେତ ୫ଜଣ ଜୀବନ୍ତ ଦଗ୍ଧ

ରାଜସ୍ଥାନର ଭିୱାଡିର ଫେଜ୍ 3 ଥାନା ଅଞ୍ଚଳର ସାଥଲକା ଗାଁର ବିଲ୍ଲୁ କଲୋନୀରେ ଗୁରୁବାର ସକାଳେ ରୋଷେଇ କରୁଥିବା ସମୟରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଘର ଭିତରେ ହଠାତ୍ ବିସ୍ଫୋରଣ ହେବାରୁ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ଏହି ଦୁର୍ଘଟଣା ଆଖପାଖ ବାସିନ୍ଦାଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି।
ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଆହତଙ୍କ ନାମ ୩୫ବର୍ଷୀୟ ରାମ ସିଂହ, ୩୦ବର୍ଷୀୟ ମମତା, ୧୨ ବର୍ଷୀୟ କିଶନବତୀ ବୋଲି ଚିହ୍ନଟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଭିୱାଡି ଜିଲ୍ଲା ହସ୍ପିଟାଲକୁ ନିଆଯାଇଇଛି। ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଅଲୱାରକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତଙ୍କର ଅଲୱାରର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲର ଟ୍ରମା ସେଣ୍ଟରରେ ଚିକିତ୍ସା ଚାଲିଛି। ଡାକ୍ତର କହିଛନ୍ତି ଯେ ସମସ୍ତଙ୍କ ଅବସ୍ଥା ଗୁରୁତର ଅଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯେତେବେଳେ ବିସ୍ଫୋରଣ ଘଟିଲା ସେହି ସମୟରେ ରୋଷେଇ କରିବାର ପ୍ରସ୍ତୁତି ଚାଲିଥିଲା। ଏହିସମୟରେ ଗ୍ୟାସ ସିଲିଣ୍ଡରର ହିସାବ ଚାଲିଥିଲା। ଯେମିତି ଗ୍ୟାସ ଲଗାଇବା ଦିଆସିଲି ଜଳାଗଲା ହଠାତ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ପୁରା ଘର କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଆଖପାଖରେ ଥିବା ଘର ଲୋକେ ଭୟଭୀତ ହୋଇ ଦୌଡ଼ିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଗ୍ୟାସ ଲିକ୍। ଏହି ଦୁଃଖଦ ଦୁର୍ଘଟଣା ପରେ, ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଗଲା ଏବଂ ଲୋକମାନେ ଗ୍ୟାସ ସୁରକ୍ଷା ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।

Related Topics

Explore more stories