Videos
|
National

Shocking Gas Tanker Accident / ଗ୍ୟାସ୍ ଟାଙ୍କର ଧକ୍କା ପରେ ଲାଗିଲା ଭୟଙ୍କର ନିଆଁ: ୪ମୃତ…ସାମ୍ନାକୁ ଆସିଲା CCTV ଭିଡିଓ

Ritu Das
Browse all articles by Ritu Das
·2 weeks ago·2 min read
ଗ୍ୟାସ୍ ଟାଙ୍କର ଧକ୍କା ପରେ ଲାଗିଲା ଭୟଙ୍କର ନିଆଁ: ୪ମୃତ…ସାମ୍ନାକୁ ଆସିଲା CCTV ଭିଡିଓ
India

Key Points

ଏକ ଗ୍ୟାସ୍ ଟାଙ୍କର ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି
ଧକ୍କା ହେବା ମାତ୍ରେ ଗ୍ୟାସ ଲିକ୍ ହୋଇ ସେଠାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି
ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରୁ ଏକ ଗ୍ୟାସ୍ ଟାଙ୍କର ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଏକ ଏଲ୍‌ପିଜି ଗ୍ୟାସ୍ ବୋଝେଇ ଟାଙ୍କର ନିୟନ୍ତ୍ରଣ ହରାଇ ସିହୋରୀ ଟୋଲ୍ ପ୍ଲାଜାକୁ ଧକ୍କା ଦେଉଛି । ଧକ୍କା ହେବା ମାତ୍ରେ ଗ୍ୟାସ ଲିକ୍ ହୋଇ ସେଠାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଏକ ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦୁର୍ଘଟଣା ଓ ତା’ ପରର ଭୟାବହ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି।


ଗ୍ୟାସ ଲିକ୍ ହେବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ସମଗ୍ର ଟୋଲ୍ ପ୍ଲାଜା ନିଆଁର ଜଳନ୍ତା ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଏହି ଦୁର୍ଘଟଣାଟି ଗତ ଜୁନ୍ ୨୬ ତାରିଖରେ ଘଟିଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଏବେ ଚାରିକୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଟୋଲ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଏବେ ବି ପ୍ରୟାଗରାଜ ସ୍ୱରୂପ ରାଣୀ ନେହେରୁ (SRN) ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। କେଉଁ ପରିସ୍ଥିତିରେ ଟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ଏଥିପାଇଁ କିଏ ଦାୟୀ, ସେ ନେଇ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।



  • ଡ୍ରାଇଭରଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା

ରିପୋର୍ଟ ଅନୁଯାୟୀ, ଜୁନ୍ ୨୬ ତାରିଖ ସକାଳ ପ୍ରାୟ ୭ଟା ସମୟରେ, କାନପୁରରୁ ବାରାଣସୀ ଯାଉଥିବା ଏକ ଏଲପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର କୋଖରାଜ ଟୋଲ୍ ପ୍ଲାଜାରେ ପହଞ୍ଚିଥିଲା। ଏହା ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ ଡିଭାଇଡର ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ୟାଙ୍କର୍ ରୁ ଗ୍ୟାସ୍ ଲିକ୍ ହେବାକୁ ଲାଗିଲା। କିଛି ମିନିଟ୍ ମଧ୍ୟରେ ଟ୍ୟାଙ୍କର୍ ଟି ନିଆଁର ଏକ ଗୋଲାରେ ପରିଣତ ହୋଇ ଆଖପାଖ ଅଞ୍ଚଳକୁ ଗ୍ରାସ କରିଦେଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gas Tanker Crash Triggers Massive Fire, CCTV Video Emerges | Argus News