Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର  

Manini Pattanayak
Browse all articles by Manini Pattanayak
·2 years ago
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର  

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହୋଇଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏବଂ ତାଙ୍କ ପରିବାର । ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟିଂରେ ଅମ୍ମଦାବାଦର ଏକ ପୋଲିଂ ବୁଥରେ ନିଜର ମତାଧିକାରୀ ସାବ୍ୟସ୍ତ କରିଛନ୍ତି ଗୌତମ ଆଦାନୀ।

ଭୋଟ ଦେବା ପରେ ଟ୍ବିଟ୍ କରି ଗୌତମ ଆଦାନୀ କହିଛନ୍ତି ଯେ, ଦେଶର ଜଣେ ନାଗରିକ ହିସାବରେ ଭୋଟ୍ ଦେବା ଆମର ଅଧିକାର ଏବଂ ଦାୟିତ୍ବ ।  ଆମର ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ହେଉଛି ଏକ ଦୃଢ ସ୍ବର। ତେଣୁ ଭାରତର ଭବିଷ୍ୟତ ଗଠନ ପାଇଁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଗୌତମ ଆଦାନୀ। ଲୋକମାନେ ଘରୁ ବାହାରକୁ ଆସିବା ସହ ଅଧିକରୁ ଅଧିକ ଭୋଟ ଦେବାକୁ ଅପିଲ କରିଛନ୍ତି ଗୌତମ ଆଦାନୀ।

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gautam Adani casts his vote in Ahmedabad, says "India is progressing forward" | Argus News