|
logo
Live

Argus News - ଗୌତମ ଗମ୍ଭୀର ମୁଖ୍ୟ କୋଚ ନିଯୁକ୍ତ

National

ଗୌତମ ଗମ୍ଭୀର ମୁଖ୍ୟ କୋଚ ନିଯୁକ୍ତ

Manini Pattanayak
Browse all articles by Manini Pattanayak
·1 year ago·2 min read
ଗୌତମ ଗମ୍ଭୀର ମୁଖ୍ୟ କୋଚ ନିଯୁକ୍ତ

ନୂଆଦିଲ୍ଲୀ: ନୂଆ କୋଚଙ୍କ ଆଗରେ ନୂଆ ଚାଲେଞ୍ଜ । ଗୌତମ ଗମ୍ଭୀର ମୁଖ୍ୟ କୋଚ ନିଯୁକ୍ତ ହେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।ସେପଟେ  ପୁଣିଥରେ ମହାନତା ଦେଖାଇଲେ ଦ ୱାଲ୍ ରାହୁଲ ।
ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ଗ୍ରହଣ କରିବା ବେଶ ସମ୍ମାନର ବିଷୟ । ଏପରି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମିଳିଥିବାରୁ ସେ ବେଶ ଖୁସି ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଗମ୍ଭୀର। ଦାୟିତ୍ବ ନେବାପରେ ଆଗାମୀ ଶ୍ରୀଲଙ୍ଗା ବିପକ୍ଷ ସିରିଜ, ଗମ୍ଭୀର ପାଇଁ ହେବ ତାଙ୍କ ଲିଡରସିପ ପରୀକ୍ଷାର ଅବସର । ଆସନ୍ତାବର୍ଷ ଫେବ୍ୁଆରୀରେ ଶ୍ରୀଲଙ୍ଗା ବିପକ୍ଷରେ ଭାରତ 3 ଟି ଟିଟ୍ବେଣ୍ଟି ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ସେହିପରି ଭାରତ ଆଗାମୀ ଟେଷ୍ଟ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଛି । ଆଇସିସି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଅନ୍ତର୍ଗତ ଏହି ସିରିଜରେ 5ଟି ଟେଷ୍ଟ ମ୍ୟାଚ ରହିଛି । ଏହି ସିରିଜ ବି ଗମ୍ଭୀରଙ୍କ ସଫଳତାର ମୂଲ୍ୟାୟନ କରିବ । ବିଭିନ୍ନ ଚାଲେଞ୍ଜ ରହିଥିଲେ ବି ଗମ୍ଭୀର ଏହାକୁ ସଫଳତାର ସହ ମୁକାବିଲା କରିବାକୁ ଆଶା ରଖିଛନ୍ତି । ମଙ୍ଗଳବାର ବିସିସିଆଇ ପକ୍ଷରୁ ଭାରତୀୟ ଟିମର ମୁଖ୍ୟ ମୁଖ୍ୟ କୋଚ୍ ଘୋଷଣା କରାଯାଇଥିଲା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଗୌତମଙ୍କୁ ନିଯୁକ୍ତ କରାଯାଇଛି । ଗୌତମ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା । ବିସିସିଆଇ ସଂପାଦକ ଜୟ ଶାହ ଏହି ଘୋଷଣା କରିଥିଲେ ।

 ସେପଟେ ବିଦାୟୀ କୋଚ ରାହୁଲ ଦ୍ରାବିଡଙ୍କ ଆଉ ଏକ ନିଷ୍ପତ୍ତି ତାଙ୍କୁ ପୁଣିଥରେ କ୍ରିକେଟପ୍ରେମୀଙ୍କ ପ୍ରଶଂସାର ପାତ୍ର କରିଛି । ବିସିସିଆଇ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ୍‌, ସଂରକ୍ଷିତ ଖେଳାଳି ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେଥିରୁ ଟିମ୍‌ର ୧୫ ଜଣ ଖେଳାଳିଙ୍କୁ ୫ କୋଟି ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ୫ କୋଟି ଟଙ୍କା ପ୍ରଦାନ କରିଥିଲା। ତେବେ ସେ ଅଢ଼େଇ କୋଟି ଗ୍ରହଣ କରିବେ ବୋଲି କହିବାରୁ ବିସିସିଆଇ ପକ୍ଷରୁ ତାଙ୍କ ଭାବନାକୁ ସମ୍ମାନ ଦିଆଯାଇଥିଲା। ମୁମ୍ବାଇରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଜୟୋତ୍ସବ ପାଳନ ପରେ ସମସ୍ତଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଜୟ ଉତ୍ସବ ପାଳନ ଅବସରରେ ରାହୁଲ ଡ୍ରାଭିଡ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ ଟି ଦିଲୀପ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେଙ୍କ ସହିତ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। 
ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୌତମ ଗମ୍ଭୀର ମୁଖ୍ୟ କୋଚ ନିଯୁକ୍ତ | Argus News