Gdp Slab: ଆଉ ଦେବାକୁ ପଡ଼ିବନି ଏହି ସବୁ ଜିନିଷରେ TAX

Key Points
ମଧ୍ୟବିତଙ୍କ ପାଇଁ ଖୁସି ଖବର ।
ଦେବାକୁ ପଡ଼ିବନି ଆଉ TAX ।
ମୋଦି ସରକାର ଦେଲେ ଦୀପାବଳୀ ଭେଟି ।
GST ନ ଦେଇ କିଣିପାରିବେ ଏହି ସବୁ ଜିନିଷ ।
ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦି ସରକାର । GST ହାର କମାଇ ସାଧାରଣ ଜନତାଙ୍କୁ ଦେଇଛନ୍ତି ପୂଜା ଭେଟି । ସାଧାରଣ ଲୋକଙ୍କର ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ଗଢ଼ିବା ପାଇଁ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଯେଉଁଥିରେ ସାଧାରଣ ଜନତାଙ୍କୁ ଅଧିକ ଫାଇଦା ମିଳିବାକୁ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ଏବଂ ଘର ନିର୍ମାଣ ଠାରୁ ଆରମ୍ଭ କରି ବ୍ୟବସାୟ ଯାଏଁ ସବୁ କ୍ଷେତ୍ରରେ, ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି ।
ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବ । ଯାହା ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ତରଫରୁ ଦୀପାବଳୀ ଭେଟି ।
ତେବେ ଜାଣନ୍ତୁ କେଉଁ ସବୁ ଜିନିଷରେ ଆପଣଙ୍କୁ ଦେବାକୁ ପଡ଼ିବନି କୌଣସି GST :
ଛେନା, ପନିର, UHT କ୍ଷୀର, ପିଜା, ପାଉଁରୁଟି, ରୁଟି, ପରଟା,କାକରା, ୩୬ ପ୍ରକାର ଜରୁରୀ ଔଷଧ, ଲିଭାଇବା ରବର, ଖାତା, ଗ୍ରାଫ୍ ଖାତା, ବିଜ୍ଞାନ ପରୀକ୍ଷାଗାର ଖାତା, ନୋଟ୍ ବୁକ, ପେପର ବୋର୍ଡ, ମାନଚିତ୍ର, ଆଟଲାସ୍, ଗ୍ଲୋବ୍, କଟର, ପେନସିଲ୍, ଚକ୍, ପଲିସ୍ ହୀରା, ବ୍ୟକ୍ତିଗତ ଜୀବନ ବୀମା