ଗିଗ ଇକୋନୋମି ପାଇଁ ବଦଳିବ ଚିରାଚରିତ ଚାକିରି ଢାଞ୍ଚା !

Key Points
ଗିଗ ଇକୋନୋମି ପାଇଁ ଜବ ମାର୍କେଟରେ ପରିବର୍ତ୍ତନର ଆଶା କରାଯାଉଛି ।
ଆଜିକା ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପୂର୍ବ ତୁଳନାରେ ଚାକିରି କରିବା ତରିକାରେ ଆକାଶ ପାତାଳ ତଫାତ । ବର୍ତ୍ତମାନର ଜେନ ଜି ପିଲାମାନେ ୯ରୁ ୫ ଚାକିରିରେ ଆଗ୍ରହ ଦେଖାଉନାହାନ୍ତି । ଫ୍ରି-ଲାନ୍ସିଂ ଓ ଗିଗ ଇକୋନୋମି ଆଡ଼କୁ ଆକର୍ଷିତ ହେଉଛନ୍ତି । କାରଣ ଏଥିରେ ଗ୍ରୋଥ ଅଧିକ ଥିବା ସହ ମେଣ୍ଟାଲ ପ୍ରେସର ମଧ୍ୟ କମ ରହୁଛି ।
ଜେନ ଜି’ଙ୍କ ପସନ୍ଦ ପାଲଟିଛି ଫ୍ରି-ଲାନ୍ସିଂ । ଆଉ ସବୁଠାରୁ ଭଲ କଥା ହେଲା ବର୍ତ୍ତମାନ ସମୟରେ ଇଚ୍ଛା ଅନୁସାରେ କାମ କରି ଟଙ୍କା ରୋଜଗାର କରିବାର ସୁଯୋଗ ମଧ୍ୟ ମିଳୁଛି । ଆଉ ଏହାର ଲାଭ ଉଠାଉଛନ୍ତି ଜେନ ଜି ପୀଢ଼ି ।
କେବଳ ଏତିକି ନୁହେଁ ଏହି ଫିଲ୍ଡରେ ଗ୍ରୋଥ ମଧ୍ୟ ଭଲ ରହୁଛି । ଫ୍ରି-ଲାନ୍ସିଂରେ ସାଧାରଣ ଚାକିରି ପରି ଅଧିକ ଷ୍ଟ୍ରେସ ରୁହେ ନାହିଁ କି ଅଫିସ ଯିବା ପାଇଁ ପଡ଼େ ନାହିଁ । ନା ବସଙ୍କ ଟେନସନ ରହିବ, ନା ଘର ଛାଡ଼ି ଦୂରରେ ରହିବାର ଝିନଝଟ ରହିବ । ଏହି କାରଣରୁ ଏହା ଜେନ ଜିଙ୍କ ପ୍ରଥମ ପସନ୍ଦ ହୋଇସାରିଛି ।
📱 Get Argus News App
✨
ବିଗତ କିଛି ବର୍ଷ ମଧ୍ୟରେ ଗିଗ ଇକୋନୋମି ବଢ଼ି ବଢ଼ି ଚାଲିଛି । ଆଗାମୀ ସମୟରେ ଗିଗ ଇକୋନୋମି ଜବ ମାର୍କେଟରେ ଆମୁଳଚୂଳ ପରିବର୍ତ୍ତନ ଆଣିବ ବୋଲି ଆକଳନ କରାଯାଉଛି । ଯେଉଁଥିପାଇଁ ଯୁବଗୋଷ୍ଠୀ ଏହି ରାସ୍ତାକୁ ଅଧିକ ଆକର୍ଷିତ ହେଉଛନ୍ତି ।
ଗିଗ ଇକୋନୋମି ପାଇଁ ଜବ ମାର୍କେଟରେ ପରିବର୍ତ୍ତନର ଆଶା କରାଯାଉଛି । ଏପରି ସ୍ଥିତିରେ କମ୍ପାନୀଗୁଡ଼ିକ ଏବେ ଫୁଲ ଟାଇମ ଏମପ୍ଲୟ ପରିବର୍ତ୍ତେ ଫ୍ରିଲାନ୍ସରଙ୍କୁ କାମ ଦେବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଯଦ୍ୱାରା କମ୍ପାନୀର ଖର୍ଚ୍ଚ କମିବା ସହ ତାଙ୍କୁ ଆବଶ୍ୟକତା ଅନୁସାରେ କର୍ମଚାରୀ ମଧ୍ୟ ମିଳୁଛନ୍ତି । ତେବେ ଆସନ୍ତୁ ଏବେ ଜାଣିବା ପ୍ରକୃତରେ କ’ଣ ଏହି ଗିଗ ଇକୋନୋମି ?
ଗିଗ ଇକୋନୋମି
ଗିଗ ଇକୋନୋମି ଏପରି ଏକ ସିଷ୍ଟମ, ଯେଉଁଥିରେ କୌଣସି ବି ବ୍ୟକ୍ତି ପରମାନେଣ୍ଟ ଚାକିରି ପରିବର୍ତ୍ତେ ଫ୍ରିଲାନ୍ସିଂ କାମ ପ୍ରୋଜେକ୍ଟ ଆଧାରରେ କରିପାରିବେ । ଏଥିପାଇଁ କୌଣସି ଗୋଟିଏ କମ୍ପାନୀ ସହିତ ଯୋଡ଼ି ହୋଇରହିବାର ଆବଶ୍ୟକତା ନାହିଁ । ଯିଏ ଚାହିଁବ ଭିନ୍ନ କମ୍ପାନୀରେ ଅଲଗା ଅଲଗା କ୍ଲାଏଣ୍ଟ ସହିତ କାମ କରିପାରିବ । ବଢ଼ୁଥିବା ଡିଜିଟାଲ ପ୍ଲାଟଫର୍ମ କାରଣରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହାର କ୍ରେଜ ବଢ଼ୁଛି ।