Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀ ସଚିବାଳୟ ବାହାରକୁ ଯାଇ ପାରିବନି କୌଣସି ବି ଫାଇଲ୍, ରୋକ୍ ଲଗାଇଲା GAD

National

ଦିଲ୍ଲୀ ସଚିବାଳୟ ବାହାରକୁ ଯାଇ ପାରିବନି କୌଣସି ବି ଫାଇଲ୍, ରୋକ୍ ଲଗାଇଲା GAD

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦିଲ୍ଲୀ ସଚିବାଳୟ ବାହାରକୁ ଯାଇ ପାରିବନି କୌଣସି ବି ଫାଇଲ୍, ରୋକ୍ ଲଗାଇଲା GAD

Key Points

ନିର୍ବାଚନରେ ବିଜେପି ବାଜିମାତ୍ କରୁଥିବା ବେଳେ ଦିଲ୍ଲୀ ସଚିବାଳୟରେ ଥିବା ବିଭିନ୍ନ କାଗଜପତ୍ରର ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛି ସାଧାରଣ ପ୍ରଶାସନ ବିଭାଗ, ଦିଲ୍ଲୀ ।

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବିପୁଳ ବିଜୟ । ହାରିଲା କେଜ୍ରିୱାଲଙ୍କ ଆପ୍ । ନିର୍ବାଚନରେ ବିଜେପି ବାଜିମାତ୍ କରୁଥିବା ବେଳେ ଦିଲ୍ଲୀ ସଚିବାଳୟରେ ଥିବା ବିଭିନ୍ନ କାଗଜପତ୍ରର ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛି ସାଧାରଣ ପ୍ରଶାସନ ବିଭାଗ, ଦିଲ୍ଲୀ ।

ଦିଲ୍ଲୀ ସେକ୍ରେଟାରିଏଟ୍‌ରୁ ଯେଭଳି କୌଣସି ଫାଇଲ୍ସ/ଡକ୍ୟୁମେଣ୍ଚର୍‍ କମ୍ପ୍ୟୁଟର ବାହାରକୁ ନ ଯିବ ସେ ନେଇ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ବିଭାଗ ଓ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ଡକ୍ୟୁମେଣ୍ଟ ଓ କମ୍ପ୍ୟୁଟରକୁ ସୁରକ୍ଷିତ ରଖିବା ଲାଗି ବ୍ରାଞ୍ଚ ଇନଚାର୍ଜକୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଚିବାଳୟର ସମସ୍ତ କାର୍ଯ୍ୟାଳୟ ଓ କ୍ୟାମ୍ପ ଅଫିସ୍, ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲାଗି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ବୋଲି ଉଲ୍ଲେଖ ରହିଛି । ଆପ୍ ସରକାରରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏବେ ଦିଲ୍ଲୀରେ ଆପ୍ ହାରୁଥିବା ବେଳେ ଜିତୁଛି ବିଜେପି । କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀ ଇସ୍ତଫା ଦେଇ ନଥିବା ବେଳେ କାଗଜପତ୍ର ଚୋରି ଆଶଙ୍କାରେ ସେକ୍ରେଟାରିଏଟ୍ ସିଲ୍ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି ।


Painting
Sponsored
General Administration Department, Government of Delhi issues a notice | Argus News