Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଲି ଘୋଷଣା ହେବ ନିର୍ବାଚନ ଡେଟ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାଲି ଘୋଷଣା ହେବ ନିର୍ବାଚନ ଡେଟ୍‌

Key Points

  • କାଲି ଘୋଷଣା ହେବ ନିର୍ବାଚନ ଡେଟ୍‌
  • ଯୋଜନା ଉପରେ ଲାଗିବ କଟକଣା
  • ଯାହା ହେବ କେବଳ ଆଜି...

ଅର୍ଗସ ବ୍ୟୁରୋ: କାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ପୂରା ଦେଶରେ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର । ଆଉ ଘୋଷଣା ହେବା ମାତ୍ରେ ପୂରା ଦେଶରେ ଲାଗୁ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି । ଅର୍ଥାତ୍‌ ସରକାର କୌଣସି ଜନକଲ୍ୟାଣକାରୀ ଯୋଜନା କିମ୍ବା କିଛି ବଡ଼ ଘୋଷଣା କରିପାରିବେ ନାହିଁ । ଏପଟେ ରାଜ୍ୟରେ ମେଂଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ କୋର୍ଡ ଅଫ କଣ୍ଟକ୍ଟ ଲାଗୁଥିବାରୁ ଉଭୟ ଦଳର ନେତାଙ୍କ ଗତିବିଧି ଉପରେ ସମସ୍ତଙ୍କ ନଜର ।

ଯାହାକୁ ଅପେକ୍ଷା ଥିଲା, ଆଜି ସେହି ଖବର ଆସିଲା । ଅର୍ଥାତ୍‌ ଲୋକସଭା ନିର୍ବାଚନ ତାରିଖ କେବେ ଘୋଷଣା ହେବ ସେନେଇ ଖବର ଆସିଛି । ଆସନ୍ତାକାଲି ଅପରାହ୍ନ ୩ଟାରେ ଆନୁଷ୍ଠାନିକ ଭାବରେ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିବେ । ତେବେ ଯଦି କାଲି ନିର୍ବାଚନ ତାରିଖ ଘୋଷଣା କରାଯାଏ ତାହେଲେ କାଲିଠୁ ଲାଗୁ ହୋଇଯିବ ନିର୍ବାଚନୀ ଆଚରଣ ବିଧି । ଆଉ ସରକାର ନା କିଛି ଘୋଷଣା କରିବେ ନା କିଛି ନୂଆ ଯୋଜନା ଲାଗୁକରିବେ । ମୋଟ୍‌ ଉପରେ କହିବାକୁ ଗଲେ କାଲିଠୁ ହିଁ ବାଜବ ନିର୍ବାଚନୀ ବିଗୁଲ ।

ଏଠାରେ କହିରଖୁଛି କି, ପୂର୍ବ ନିର୍ବାଚନ ଅର୍ଥାତ୍‌ ୨୦୧୯ରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିଲା ବିଧାନସଭା ନିର୍ବାଚନ । ତେଣୁ ଏଥର କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ଉପରେ ନଜର । ମୋଟ୍‌ ଉପରେ ସବୁ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ତଦାରଖ କରିସାରିଥିବା ବେଳେ ଆସନ୍ତାକାଲି ତାରିଖ ଘୋଷଣା କରିବାକୁ ଯାଉଛନ୍ତି ନିର୍ବାଚନ କମିଶନର । ଏଥିସହ ଦୁଇ ନିର୍ବାଚନ କମିଶନରଙ୍କ ପଦବୀ ମଧ୍ୟ ପୂରଣ ହୋଇଛି । ଓଡ଼ିଶାରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେବ । କେବଳ ଓଡ଼ିଶାରେ ନୁହେଁ ବରଂ  ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
general-elections-2024 | Argus News