Extramarital Affair / ଜିମ୍ ଟ୍ରେନରଙ୍କ ପ୍ରେମରେ ପଡ଼ି ସ୍ୱାମୀଙ୍କ ବିରୋଧରେ ଷଡ଼ଯନ୍ତ୍ର କଲା ପତ୍ନୀ
·1 hour ago·2 min read

Key Points
ପରକୀୟା ପ୍ରୀତିର ଭୟଙ୍କର ପରିଣାମ!
ଜିମ୍ରେ ଆରମ୍ଭ ହୋଇଥିଲା ବନ୍ଧୁତା, ଧୀରେ ଧୀରେ ତାହା ପ୍ରେମରେ ପରିଣତ ହେଲା
ହେଲେ ଏହି ପ୍ରେମ ସମ୍ପର୍କରେ ବାଧା ସାଜିଥିଲେ ମହିଳାଙ୍କ ସ୍ୱାମୀ।
ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ରଚିଥିବା ଅଭିଯୋଗ ହୋଇଛି

ଗାଜିଆବାଦ୍୨୮/୧୦: ପରକୀୟା ପ୍ରୀତିର ଭୟଙ୍କର ପରିଣାମ! ଜିମ୍ରେ ଆରମ୍ଭ ହୋଇଥିଲା ବନ୍ଧୁତା, ଧୀରେ ଧୀରେ ତାହା ପ୍ରେମରେ ପରିଣତ ହେଲା। ହେଲେ ଏହି ପ୍ରେମ ସମ୍ପର୍କରେ ବାଧା ସାଜିଥିଲେ ମହିଳାଙ୍କ ସ୍ୱାମୀ। ଶେଷରେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ରଚିଥିବା ଅଭିଯୋଗ ହୋଇଛି ଭୟଙ୍କର ଷଡ଼ଯନ୍ତ୍ର। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ଇନ୍ଦିରାପୁରମ୍ରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାରେ।
ଆହତ ବ୍ୟକ୍ତିଙ୍କ ନାଁ ଶଶାଙ୍କ। ସେ ଡାକ ବିଭାଗରେ ବରିଷ୍ଠ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ତାଙ୍କ ସ୍ତ୍ରୀ ପ୍ରିୟା ଶର୍ମା ମଧ୍ୟ ଜଣେ ବରିଷ୍ଠ ଆକାଉଣ୍ଟାଣ୍ଟ। ଅଭିଯୋଗ ଅନୁଯାୟୀ, ପ୍ରିୟାଙ୍କର ଜିମ୍ ଟ୍ରେନର ପ୍ରତାପ ସିଂହଙ୍କ ସହ ପ୍ରାୟ ୮ ମାସ ଧରି ପ୍ରେମ ସମ୍ପର୍କ ଥିଲା। ଶଶାଙ୍କ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିଥିବା କୁହାଯାଉଛି। ପ୍ରିୟା ଓ ପ୍ରତାପ ଏକାଠି ରହିବାକୁ ଚାହୁଁଥିଲେ। ହେଲେ ଶଶାଙ୍କ ସେମାନଙ୍କ ସମ୍ପର୍କରେ ବାଧା ସାଜୁଥିବା ଅଭିଯୋଗ ହୋଇଛି। ଏପରିକି ଦୀପାବଳି ପରେ ଶଶାଙ୍କ ଫ୍ଲାଟ୍ ବଦଳାଇବାକୁ ଯୋଜନା କରୁଥିବାରୁ ଦୁହେଁ ଚିନ୍ତାରେ ପଡ଼ିଥିଲେ ବୋଲି ପୋଲିସକୁ କହିଥିବା ସୂଚନା ମିଳିଛି।
ପଢନ୍ତୁ ଏହି ଖବର: ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ ଅଭିଯୋଗ, ଶେଷରେ ବନ୍ଧା ହେଲା କୈଳାସ!
ଅଭିଯୋଗ ଅନୁସାରେ, ଯୋଜନା ମୁତାବକ ପ୍ରତାପ ଛୁରି ଧରି ଶଶାଙ୍କଙ୍କ ଫ୍ଲାଟ୍ରେ ପ୍ରବେଶ କରିଥିଲେ। ତାଙ୍କୁ ଆକ୍ରମଣ କରିବା ପାଇଁ ପ୍ରିୟା ଫ୍ଲାଟ୍ର କବାଟ ଖୋଲା ରଖିଥିବା ଅଭିଯୋଗ ହୋଇଛି। ପ୍ରତାପ ଶଶାଙ୍କଙ୍କୁ ବାରମ୍ବାର ଛୁରିରେ ଆକ୍ରମଣ କରିଥିବା କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିତ୍କାର ଶୁଣି ଫେରାର ହେଲେ ଅଭିଯୁକ୍ତ
ଛୁରି ଆକ୍ରମଣରେ ଗୁରୁତର ଆହତ ହୋଇ ଶଶାଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଶଶାଙ୍କଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ପତ୍ନୀ ଓ ପ୍ରେମିକ ଗିରଫ
ଶଶାଙ୍କଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢ଼ାଉ କରି ପ୍ରିୟା ଶର୍ମା ଓ ପ୍ରତାପ ସିଂହଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପଚରାଉଚରା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

Related Topics
Explore more stories