Girl Steals Gold / ଘରୁ ଚୋରି କରି ବୟଫ୍ରେଣ୍ଡଙ୍କୁ ଦେଉଥିଲେ ସୁନା ଓ ଟଙ୍କା, ଗାର୍ଲଫ୍ରେଣ୍ଡଙ୍କ ଟଙ୍କାରେ ଅୟସ କରୁଥିଲେ ଯୁବକ!
·40 mins ago·2 min read

Key Points
ଘରୁ ଚୋରି କରି ବୟଫ୍ରେଣ୍ଡଙ୍କୁ ଦେଉଥିଲେ ସୁନା ଓ ଟଙ୍କା
ଗାର୍ଲଫ୍ରେଣ୍ଡଙ୍କ ଟଙ୍କାରେ ଅୟସ କରୁଥିଲେ ଯୁବକ!
ଯୁବକଙ୍କୁ ଗିରଫ କଲା ପୋଲିସ୍
ଉତ୍ତରପ୍ରଦେଶ ବାନ୍ଦାର ଘଟଣା

ବାନ୍ଦା: ଘରେ ଥିଲା ଭରସା, ଆଉ ସେହି ଭରସାର ସୁଯୋଗ ନେଇ ଚାଲିଥିଲା ଚୋରି! ପରିବାରର ଆଲମାରୀରୁ ଧୀରେ ଧୀରେ ଗାଏବ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର। କିନ୍ତୁ ଚୋର କୌଣସି ବାହାର ଲୋକ ନୁହେଁ, ବରଂ ପରିବାରର ଝିଅ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ନିଜ ପ୍ରେମିକଙ୍କ ସହ ମିଶି ସେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଚୋରି ପଛର ରହସ୍ୟ ଖୋଲିଛି ଘରେ ଲାଗିଥିବା CCTV କ୍ୟାମେରା।
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଅଟାରା କୋତୱାଲି ଅଞ୍ଚଳରେ ଘଟିଛି। ଅଭିଯୋଗ ଅନୁଯାୟୀ, ଝିଅ ଜଣକ ନିଜ ପରିବାରର ଦୁଇଟି ଘରୁ କିଛି ମାସ ଧରି ଅଳ୍ପ ଅଳ୍ପ କରି ମୂଲ୍ୟବାନ ଅଳଙ୍କାର ଚୋରି କରୁଥିଲେ। ପରେ ସେହି ଅଳଙ୍କାରକୁ ନିଜ ପ୍ରେମିକଙ୍କୁ ଦେଉଥିଲେ। ପ୍ରେମିକ ଜଣକ ଅଳଙ୍କାର ବିକ୍ରି କରି ନିଜର ସଉକ ପୂରଣ କରୁଥିବା ପୋଲିସ କହିଛି।
CCTVରେ ଧରାପଡ଼ିଲା ସତ
ପରିବାରରୁ ବାରମ୍ବାର ଅଳଙ୍କାର ଗାଏବ ହେବା ପରେ ସନ୍ଦେହ ବଢ଼ିଥିଲା। ଘରେ ରଖାଯାଇଥିବା ସେଫ୍ ଯାଞ୍ଚ କରିବା ପରେ ବହୁ ପରିମାଣର ଅଳଙ୍କାର ନଥିବା ଜଣାପଡ଼ିଥିଲା। ଏନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଘରେ ଲାଗିଥିବା CCTV ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ରେ ଜଣେ ଯୁବତୀ ହାତରେ କିଛି ଜିନିଷ ଧରି ଘରୁ ବାହାରକୁ ଯାଉଥିବା ଦେଖାଯାଇଥିଲା। ପରେ ତାଙ୍କୁ ଚିହ୍ନଟ କରି ପଚରାଉଚରା କରିବାରୁ ଚୋରିର ପୂରା ଘଟଣା ସାମ୍ନାକୁ ଆସିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ କହିଛି, ଝିଅ ଜଣକ ଘରର ଚାବି ଓ ଆଲମାରୀ ବିଷୟରେ ଜାଣିଥିବାରୁ ସହଜରେ ଅଳଙ୍କାର ବାହାର କରିପାରୁଥିଲେ। କୌଣସି ତାଲା ଭାଙ୍ଗିବା କିମ୍ବା ଘରେ କ୍ଷତି ପହଞ୍ଚାଇବା ବିନା ସେ ଏହି କାମ କରୁଥିଲେ। ପରେ ଅଳଙ୍କାର ପ୍ରେମିକଙ୍କୁ ହସ୍ତାନ୍ତର କରୁଥିଲେ।
ଅଳଙ୍କାର ବିକି ବୁଲେଟ୍, ପଲସର ଓ ଦାମୀ ଫୋନ୍
ପୋଲିସର ସୂଚନା ଅନୁସାରେ, ଚୋରି ଅଳଙ୍କାର ବିକ୍ରି କରି ପ୍ରେମିକ ଜଣକ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ବୁଲେଟ୍, ପଲସର ଭଳି ଦାମୀ ବାଇକ୍, ମହଙ୍ଗା ମୋବାଇଲ୍ ଫୋନ୍ ଓ ପୋଷାକ କିଣିବାରେ ଟଙ୍କା ଖର୍ଚ୍ଚ କରୁଥିଲେ। ଏହି ଚୋରିରେ ପ୍ରାୟ ୮୫ରୁ ୯୦ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ ହୋଇଥିବା ଅଭିଯୋଗ ହୋଇଛି।
୮୦ ଲକ୍ଷରୁ ଅଧିକ ଅଳଙ୍କାର ଜବତ
ଘଟଣାରେ ଅଟାରା ପୋଲିସ ଚିତ୍ରକୁଟ ଜିଲ୍ଲାର ରାସିନ ଅଞ୍ଚଳର ସତ୍ୟେନ୍ଦ୍ର ନାମକ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୨୭ ଖଣ୍ଡ ସୁନା ଓ ୮ ଖଣ୍ଡ ରୁପା ଅଳଙ୍କାର ଜବତ କରାଯାଇଛି। ଜବତ ସୁନା ଅଳଙ୍କାରର ଓଜନ ୫୩୪ ଗ୍ରାମ ଏବଂ ରୁପା ଅଳଙ୍କାରର ଓଜନ ପ୍ରାୟ ୮୦୦ ଗ୍ରାମ ବୋଲି ପୋଲିସ କହିଛି। ଏହାସହ ନଗଦ ଟଙ୍କା, ବୁଲେଟ୍ ଓ ପଲସର ବାଇକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏଏସ୍ପି ଶିବରାଜଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତକୁ ଜେଲ୍ ପଠାଯାଇଛି। ଘଟଣାରେ ଅଧିକ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପରିବାରର ଭରସାକୁ ଆଧାର କରି ମାସ ମାସ ଧରି ଚାଲିଥିବା ଏହି ଚୋରିର ପର୍ଦ୍ଦାଫାସ୍ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Related Topics
Explore more stories