Crime / ଗରିବ ଝିଅମାନଙ୍କୁ ଟାର୍ଗେଟ୍ କରି ଚାକିରି ନାଁରେ ଚଳାଉଥିଲେ ସେକ୍ସ ରାକେଟ୍

Key Points
ସେକ୍ସ ରାକେଟ୍ ଜାଲରେ ଝିଅଙ୍କୁ ଫସାଉଥିଲେ
ଚାକିରି ଦେବା ନାଁରେ ଲୁଟୁଥିଲେ
ପୁଣି ଇସଲାମ ଧର୍ମରେ ପରିବର୍ତ୍ତନ କରୁଥିଲେ
ଅନେକ ଦୁଷ୍କର୍ମ ଆଉ ଧର୍ମ ପରିବର୍ତ୍ତନ ଅଭିଯୋଗରେ ଫସିବା ପରେ ଗିରଫ ହେଲେ ଦୁଇ ଭଉଣୀ । ଝିଅମାନଙ୍କୁ ଚାକିରି ଦେବା ନାଁ କହି ନିଜ ଜାଲରେ ଫସାଉଥିଲେ । ଆଉ ପରେ ତାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବା ସହ ସେମାନଙ୍କୁ ସେକ୍ସ ରାକେଟ୍ରେ ଲଗାଉଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏମିତି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ୨ ଭଉଣୀ ହେଉଛନ୍ତି ଆମରିନ ଏବଂ ଆଫ୍ରିନ୍ ।
ତେବେ ଏହି ଦୁଇଜଣ ଭଉଣୀଙ୍କ ନାଁରେ ରବିବାର ରାତିରେ ବାଗ୍ ସେୱନିଆ ଥାନାରେ ୨ ଜଣ ମହିଳା ଅଭିଯୋଗ କରିବାପରେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୨ ଭଉଣୀ ଏବଂ ଅନ୍ୟଜଣେ ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଛି ପୋଲିସ।
ତେବେ ଏହି ୨ ଭଉଣୀ ଆୱାସ ନଗରର ଏକ ବସ୍ତିରେ ରହୁଥିଲେ । ସେଠାରେ ଦେହ ବ୍ୟବସାୟ କରି ଟଙ୍କା ରୋଜଗାର କରିବା ପରେ ଏକ ଭଲ ବଙ୍ଗଳାକୁ ସେମାନେ ଯାଇଥିଲେ । ଆଉ ସେଠାରେ ରହି ଅନ୍ୟ ଗରିବ ଶ୍ରେଣୀର ଯୁବତୀ ମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ । ମାସକୁ ୧୦ ହଜାର ଟଙ୍କା ସହ ଖାଇବା, ରହିବା, ବୁଲିବା ଭଳି ହାଇ ପ୍ରୋଫାଇଲର ଜୀବନଶୈଳୀର ଲୋଭ ଦେଖାଉଥିଲେ । ଆଉ ସେମାନଙ୍କୁ ନେଇ ପାର୍ଟି ପବ୍ରେ ଗ୍ରାହକମାନଙ୍କ ସହ ମିଶିବାକୁ ବାଧ୍ୟ କରୁଥିଲେ । ସେଠାରେ ସେମାନଙ୍କୁ ନିଶା ଦିଆଯାଇ ଯୌନ ନିର୍ଯାତନା ଦିଆଯାଉଥିଲା ।
ପରେ ସେମାନଙ୍କୁ ବାଧ୍ୟ କରାଯାଇ ଧର୍ମ ପରିବର୍ତ୍ତନ ମଧ୍ୟ କରାଯାଉଥିଲା । ଏନେଇ ପରେ ଅନେକ ମହିଳା ମୁହଁ ଖୋଲି ଥାନାରେ ଅଭିଯୋଗ କରିଥିଲେ । ୨ ଭଉଣୀ ଅନେକ ଝିଅଙ୍କୁ ଫସାଇ ବେଆଇନ ଭାବେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲେ । ତେବେ ଏହି ଘଟଣାରେ ଅଭିଯୋଗ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ୨ ଭଉଣୀ ଏବଂ ଆଉ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
📱 Get Argus News App
✨Related Topics
Explore more stories