Videos
|
National

ଗଲା 10 ବର୍ଷରେ ବଦଳିଛି ଭାରତୀୟ ଅର୍ଥନୀତିର ଗତି

Manini Pattanayak
Browse all articles by Manini Pattanayak
·2 years ago·2 min read
ଗଲା 10 ବର୍ଷରେ ବଦଳିଛି ଭାରତୀୟ ଅର୍ଥନୀତିର ଗତି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଗ୍ଲୋବାଲ ଫାର୍ମର ମୋହର୍ । ଦେଶର ଅର୍ଥନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ସଂପଳ୍ପ ଉପରେ ମୋହର ମାରିଛି ଗ୍ଲୋବାଲ୍ ଫାର୍ମ। 2027 ସୁଦ୍ଧା ବିଶ୍ବର ତୃତୀୟ ଶ୍ରେଷ୍ଠ ଅର୍ଥନୀତି ବନିବ ଭାରତ। ଆସନ୍ତା 4 ବର୍ଷରେ ଦେଶର ଅର୍ଥନୀତି ଫାଇବ୍ ଟ୍ରିଲିୟନ ଇକନୋମିର ବେଞ୍ଚମାର୍କ ଛୁଇଁବ। ଏମିତି କିଛି ଆକଳନ କରିଛି ଅନ୍ତର୍ଜାତୀୟ ବ୍ରୋକରେଜ୍ ଫାର୍ମ ଜେଫରିଜ୍। ଜେଫରିଜର ଆକଳନ ଅନୁଯାୟୀ ଗଲା 10 ବର୍ଷରେ ଭାରତର ଅର୍ଥନୀତିରେ ଆସିଛି ବଡ଼ ପରିବର୍ତ୍ତନ। ଏହା ପଛରେ ରହିଛି ମୋଦି ସରକାରଙ୍କ ଗୁଡ୍ ଗଭର୍ଣ୍ଣାନ୍ସ ଓ ସ୍ଥାୟୀ ରିଫର୍ମ। ଯାହା ଦେଶର ଅର୍ଥନୈତିକ ବିକାଶର ରୋଡମ୍ୟାପ ସାଜିଛି। 2017ରେ ମୋଦି ସରକାର GST ଉପରେ ଆଣିଥିବା ରିଫର୍ମ ଦେଶର ଅର୍ଥନୈତିକ ପ୍ରଗତିକୁ ବଳ ଦେଇଛି। ଗଲା କିଛି ବର୍ଷ ଧରି ଦେଶର ଜିଡିପି ଅଭିବୃଦ୍ଧି ତ୍ବରାନ୍ବିତ ହୋଇଛି। । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳରେ ପାଖାପାଖି 7 ପ୍ରତିଶତ ରହୁଛି ଦେଶର GDP ଆନୁମାନିକ ଅଭିବୃଦ୍ଧି ହାର। ଏହା ଭାରତର ଅର୍ଥନୀତିକୁ ସୁଦୃଢ କରିବା ସହ ଫାଇବ୍ ଟ୍ରିଲିୟନ ଇକୋନୋମି ଲକ୍ଷ୍ୟ ପୂରଣରେ ସହାୟକ ହେଉଛି। 

2014ରେ ବିଶ୍ବ ଅର୍ଥନୀତି ତାଲିକାର 11 ନମ୍ବର ସ୍ଥାନରେ ରହିଥିଲା ଭାରତ। ଆଜି ବିଶ୍ବର 5ମ ଶ୍ରେଷ୍ଠ ଅର୍ଥନୀତି ବନି ପାରିଛି। ଗଲା 10 ବର୍ଷରେ ମୋଦି ସରକାର ଆଣିଥିବା ରିଫର୍ମ ବା ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହୋଇଛି। ଏବେ ଏହି ତାଲିକାରେ ଭାରତ ଆଗରେ ରହିଛି ଜର୍ମାନୀ ଓ ଜାପାନ। ବର୍ତ୍ତମାନ ବୈଶ୍ବିକ ସ୍ଥିତି ଯୋଗୁ ଜାପାନର ଅର୍ଥନୀତି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି।  ଜର୍ମାନର ଅର୍ଥନୀତି ଭାରତ ତୁଳନାରେ ମନ୍ଥର ଗତିରେ ଆଗକୁ ବଢ଼ୁଛି। ତେଣୁ ଆଗାମୀ 4 ବର୍ଷରେ ଏହି ଦୁଇ ଅର୍ଥନୀତିକୁ ପଛରେ ପକାଇ ଭାରତ ବିଶ୍ବର 3ୟ ଶ୍ରେଷ୍ଠ ଅର୍ଥନୀତି ବନିବାର ସମ୍ଭାବନା ଥିବା ଆକଳନ କରିଛି ଏହି ଗ୍ଲୋବାଲ ଫାର୍ମ। ଖାଲି ଦେଶର ଅର୍ଥନୀତି ନୁହେଁ ସେୟାର ମାର୍କେଟ କ୍ଷେତ୍ରରେ ମଧ୍ୟ ନୂଆ ବେଞ୍ଚମାର୍କ ସ୍ଥାପନ କରିବ ଭାରତ। 2030 ସୁଦ୍ଧା ଦେଶର ସେୟାର ମାର୍କେଟ 10 ଟ୍ରିଲିୟନ ଡଲାର ସୀମା ଛୁଇଁବା ନେଇ ମଧ୍ୟ ଆକଳନ କରିଛି ଏହି ଫାର୍ମ। ମୋଦି ସରକାରରେ ଦେଶରେ ଆସିଥିବା ଡିଜିଟାଲ କ୍ରାନ୍ତି ଯୋଗୁ ଏହା ସମ୍ଭବ ହୋଇପାରିଛି। ବିଦେଶୀ ପୁଞ୍ଜି ନିବେଶକୁ ସୁହାଉଛି ଭାରତୀୟ ବଜାର। ଯାହା ଦେଶର ଅର୍ଥନୈତିକ ପ୍ରଗତିର ଆଉ ଏକ କାରଣ ସାଜିଥିବା ଚର୍ଚ୍ଚା ହେଉଛି।  ମୋଦି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଆଜି ପ୍ରଗତିର ଦୌଡ଼ରେ ଆଗରେ ରହିଛି ଭାରତ। 2047 ସୁଦ୍ଧା ବିକଶିତ ଭାରତର ସଂକଳ୍ପ ରଖିଛନ୍ତି ମୋଦି ସରକାର। ତେବେ ସମୟ ପୂର୍ବରୁ ଏ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ରହିଥିବା ଗ୍ଲୋବାଲ ଫାର୍ମ ଜେଫରିଜ କରିଥିବା ଏ ଆକଳନରୁ ସ୍ପଷ୍ଟ। 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: