Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମଧ୍ୟପ୍ରଦେଶରେ ନିବେଶ ପାଇଁ ନିବେଶକଙ୍କ ଭିତରେ ଉତ୍ସାହ'

National

'ମଧ୍ୟପ୍ରଦେଶରେ ନିବେଶ ପାଇଁ ନିବେଶକଙ୍କ ଭିତରେ ଉତ୍ସାହ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ମଧ୍ୟପ୍ରଦେଶରେ ନିବେଶ ପାଇଁ ନିବେଶକଙ୍କ ଭିତରେ ଉତ୍ସାହ'

ମଧ୍ୟପ୍ରଦେଶରେ ନିବେଶ କରିବା ପାଇଁ ଦେଶ ବିଦେଶର ନିବେଶକ ମାନଙ୍କ ଭିତରେ ଦେଖାଦେଇଥିବା ଉତ୍ସାହ, ମଧ୍ୟପ୍ରଦେଶର ଅର୍ଥନିତୀକୁ ବଡ ବଳ ଦେବା ସହିତ ଅନେକ ରାଜ୍ୟକୁ ଦିଗଦର୍ଶନ ଦେବ । ଆଜି ଭୋପାଲରେ ଗ୍ଲୋବାଲ୍ ଇନଭେଷ୍ଟର ସମିଟ୍‌ର ଅନ୍ତିମ ଦିବସରେ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ଭାରତୀୟ କମ୍ପାନୀ, ଦୁଇ ଶହରୁ ଅଧିକ ଗ୍ଲୋବାଲ୍ ସିଇଓ, ୨୦ରୁ ଅଧିକ ୟୁନିକର୍ଣ୍ଣ ପ୍ରତିଷ୍ଠାତା ଏବଂ ପଚାଶରୁ ଅଧିକ ଦେଶର ପ୍ରତିନିଧି ମଧ୍ୟପ୍ରଦେଶରେ ନିବେଶ କରିବା ପାଇଁ ଏଠାକାର ପରିବେଶ ଦେଖିବାକୁ ଆସିଥିଲେ । ଏହା ମଧ୍ୟପ୍ରଦେଶକୁ ବିଶ୍ବରେ ପରିଚିତ କରାଇଛି ଯାହା ଦେଶର ଅର୍ଥନିତୀକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ ସଫଳତା ବୋଲି କହିଛନ୍ତି ଅମିତ୍ ଶାହା। ଭୋପାଳରେ ଦୁଇ ଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ ୨୪-୨୫ର ଆଜି ସମାପନୀ ଦିବସ ସମାରୋହରେ ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ

ସେପଟେ ଗୌହାଟୀର ଖାନପାରାଠାରେ ଦୁଇ ଦିନିଆ ଆଡଭାଣ୍ଟେଜ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି କହିଛନ୍ତି, ଆସାମରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ଆସାମ ଅର୍ଥନୀତିର ମୂଲ୍ୟ ଦ୍ୱିଗୁଣିତ ହୋଇ ୬ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ଡବଲ ଇଞ୍ଜିନ ସରକାରର ପ୍ରଭାବ ।

ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବର ପବିତ୍ର ଭୂମିରେ ଆଜି ଏକ ନୂତନ ଭବିଷ୍ୟତ ଆରମ୍ଭ ହେଉଛି । ଆଡଭାଣ୍ଟେଜ ଆସାମ 2.0 ହେଉଛି ସମଗ୍ର ବିଶ୍ୱକୁ ଆସାମର ସମ୍ଭାବନା ଏବଂ ପ୍ରଗତି ସହିତ ଯୋଡ଼ିବା ପାଇଁ ଏକ ମହା ଅଭିଯାନ । ଆଜି, ଯେତେବେଳେ ଆମ ଦେଶ ଭାରତ ବିକାଶ ଆଡ଼କୁ ବଢ଼ୁଛି, ପୁଣିଥରେ ଆମର ଉତ୍ତର-ପୂର୍ବ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି । ପୂର୍ବ ଏସିଆ ସହିତ ଆମର ସଂଯୋଗ ନିରନ୍ତର ମଜବୁତ ହେଉଥିବା କହିଛନ୍ତି ପିଏମ୍ । ଆଜିର ସମ୍ମିଳନୀରେ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ, ୱାଲ୍ଟ ଲିଡର ଏବଂ ନିବେଶକ, ପଲିସି ମେକର, ଉଦ୍ୟୋଗ ବିଶେଷଜ୍ଞ, ଷ୍ଟାର୍ଟ ଅପ୍ ଏବଂ ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Global Investors Summit in MP to play crucial role in achieving goal of India as developed nation: Amit Shah | Argus News