Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Flight Cancellation / ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବଡ଼ ସଙ୍କଟ: ୩୫୦ ବିମାନ ବାତିଲ

Rashmita Mishra
Browse all articles by Rashmita Mishra
·4 months ago·2 min read
ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବଡ଼ ସଙ୍କଟ: ୩୫୦ ବିମାନ ବାତିଲ
Flight Cancellation

Key Points

୩୫୦ ଅନ୍ତର୍ଜାତୀୟ ବିମାନ ବାତିଲ କରିଲା ଭାରତ
ଇରାନ-ଇସ୍ରାଏଲ ଆକାଶମାର୍ଗ ବନ୍ଦ
ଦୀର୍ଘ ରୁଟ୍‌ରେ ଉଡ଼ୁଛି ଭାରତୀୟ ବିମାନ
ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବଡ଼ ସଙ୍କଟ
ଟିକେଟ୍ ଦର ବଢ଼ିବା ସହ ବାତିଲ ହେଲା ଯାତ୍ରା

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ... ଭାରତରୁ ୩୫୦ ଅନ୍ତର୍ଜାତୀୟ ବିମାନ ବାତିଲ । ଜାରି ରହିଥିବା ଯୁଦ୍ଧ ଓ ପ୍ରତି-ଆକ୍ରମଣର ଭୟାବହତା ଏବେ ବିଶ୍ୱ ବିମାନ ଚଳାଚଳକୁ ସ୍ତବ୍ଧ କରିଦେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତରୁ ବିଭିନ୍ନ ଦେଶକୁ ଯାଉଥିବା ପ୍ରାୟ ୩୫୦ଟି ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି।

ଭାରତୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ DGCA ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଇରାନ ଏବଂ ଇସ୍ରାଏଲର ଆକାଶମାର୍ଗ ବିପଦପୂର୍ଣ୍ଣ ଥିବାରୁ ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ଇଣ୍ଡିଗୋ ଭଳି ବିମାନ ସଂସ୍ଥାଗୁଡ଼ିକ ସେମାନଙ୍କର ରୁଟ୍ ବଦଳାଇଛନ୍ତି। ଫଳରେ ବିମାନଗୁଡ଼ିକୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ୁଛି । ୩୫୦ରୁ ଅଧିକ ବିମାନ ବାତିଲ ହେବା ଫଳରେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ବଡ଼ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି ।

ବିଶେଷ କରି ୟୁରୋପ ଓ ଆମେରିକା ଯାଉଥିବା ଯାତ୍ରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ବିମାନ ରୁଟ୍ ବଦଳିବା ଯୋଗୁଁ ଇନ୍ଧନ ଖର୍ଚ୍ଚ ବଢ଼ିଛି । ଏହାର ପ୍ରଭାବରେ ଆଗାମୀ ଦିନରେ ଅନ୍ତର୍ଜାତୀୟ ବିମାନ ଟିକେଟ୍ ଦରରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଭାରତ ସରକାର ନିଜର ନାଗରିକମାନଙ୍କୁ ଅତି ଜରୁରୀ ନଥିଲେ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ।

ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ସ୍ଥଗିତ ରଖିବା ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରିଛି । ପୋଷ୍ଟରେ କୁହାଯାଇଛି, "ଆମେ ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ବଜାୟ ରଖିବା ପାଇଁ ପ୍ରତିବଦ୍ଧ । ଆମେ ଆମର ବିମାନ ପରିଚାଳନା ପାଇଁ ସୁରକ୍ଷା ପରିସ୍ଥିତିର ନିରନ୍ତର ମୂଲ୍ୟାଙ୍କନ କରିବୁ ଏବଂ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରିବୁ। ଆମର ଟିମ୍‌ ଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ ।"

ଏୟାର ଇଣ୍ଡିଆ କହିଛି ଯେ ଉଡ଼ାଣ ସ୍ଥିତି ଏବଂ ଅପଡେଟ୍ https://airindia.com/in/en/manage/flight-status.html ରେ ଯାଞ୍ଚ କରିପାରିବେ । ଏହି ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଆମର 24x7 କଲ୍ ସେଣ୍ଟରଗୁଡ଼ିକୁ +91 1169329333 ଏବଂ +91 1169329999 ରେ ଯୋଗାଯୋଗ କରନ୍ତୁ । ଆପଣଙ୍କୁ ଆମର ୱେବସାଇଟ୍ http://airindia.com ପରିଦର୍ଶନ କରିବାକୁ ମଧ୍ୟ ଅନୁରୋଧ କରାଯାଉଛି। ଆପଣଙ୍କ ଧର୍ଯ୍ୟ ଏବଂ ସହଯୋଗ ପାଇଁ ଧନ୍ୟବାଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flight Cancellation | Major Crisis for International Travelers: 350 Flights Cancelled | Argus News