Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜିମେଲ ଆଣିଲା ସିକ୍ରେଟ ଫିଚର

Arpita Mohanty
Browse all articles by Arpita Mohanty
·2 years ago·1 min read
ଜିମେଲ ଆଣିଲା ସିକ୍ରେଟ ଫିଚର

ଅର୍ଗସ ବ୍ୟୁରୋ : ଆମେ ପ୍ରତିଦିନ ମେଲ୍‌ ବ୍ୟବହାର କରିଥାଉ । ହେଲେ ଜିମେଲର ଏକ ସିକ୍ରେଟ ଫିଚର ବିଷୟରେ ଆପଣ ଜାଣିଛନ୍ତି କି? ଜାଣିଲେ ଖୁସି ହୋଇଯିବେ। ଆପଣ ଭାବୁଥିବେ କଣ ଏହି ଫିଚର? ତେବେ ଆସନ୍ତୁ ଜାଣିବା ଏହି ୟୁନିକ ଫିଚର ବିଷୟରେ।

ସାଧାରଣତଃ ଯେତେବେଳେ କୌଣସି ବ୍ୟକ୍ତି କିଛି ବ୍ୟକ୍ତିଗତ ତଥ୍ୟ କାହାକୁ ମେଲ କରିଥାଆନ୍ତି , ମନରେ ଏକ ଡରଥାଏ ଯଦି ସେହି ମେଲ ଆଉ କିଏ ଦେଖିଦେବେ । କିନ୍ତୁ ଏବେ ଆଉ ଡରନ୍ତୁ ନାହିଁ, କାରଣ ଜିମେଲ ଆଣିଛି ଏକ ସ୍ବତନ୍ତ୍ର ଫିଚର । ଯେଉଁ ଫିଚର ମାଧ୍ୟମରେ ଆପଣଙ୍କ ମେଲକୁ କେହି କପି କରିପାରିବେନି କି ଡାଉନଲୋଡ ବି କରିପାରିବେନାହିଁ । କାରଣ ଜିମେଲରେ ପ୍ରତ୍ୟେକ ୟୁଜର୍ସଙ୍କୁ ଏକ କନଫିଡେନସିଆଲ ମୋଡ ଦିଆଯାଇଥାଏ। ଏହି ମୋଡ ଜରିଆରେ ୟୁଜର୍ସ ନିଜର ଗୋପନୀୟ ତଥ୍ୟ ଗୁଡିକ ସୁରକ୍ଷିତ ଭାବରେ ଅନ୍ୟ ବ୍ୟକ୍ତିଙ୍କୁ ପଠାଇପାରିବେ। ଏହି ମେଲକୁ ପାସୱାଡ଼ ଦ୍ବାରା ପ୍ରୋଟେକ୍ଟ କରାଯାଇପାରେ ତା ସହିତ କୌଣସି ବି ବ୍ୟକ୍ତି ଏହି ମେଲକୁ କପି, ଫରୱାଡ଼ , ପ୍ରିଣ୍ଟ କି ଡାଉନଲୋଡ କରିପାରିବ ନାହିଁ। 

ଏହି ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ମୋବାଇଲରେ ନିଜ ଜିମେଲ ଓପନ କରି କମ୍ପୋଜ ଉପରେ କ୍ଳିକ କରନ୍ତୁ। ପରେ ତଳେ ଡାହାଣ ପାର୍ଶ୍ଵରେ ଥିବା ଲକ୍ ଆଇକନ ଉପରେ କ୍ଲିକ୍ କରନ୍ତୁ। ପରେ ପପ୍ ଅପ୍ ୱିଣ୍ଡୋରେ ଏକ୍ସପାଏରେସନ ଡେଟ ଏବଂ ପାସୱାଡ଼ ସେଟ କରନ୍ତୁ ଏବଂ ସେଭ ଅପସନ ଉପରେ କ୍ଲିକ କରନ୍ତୁ। ବାସ୍ ଏହା ପରେ ଆପଣ ସୁରକ୍ଷିତ ଭାବରେ ନିଜ ଇମେଲ ପଠାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

Sponsored
secret feature | Argus News