Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Goa Fire Mishap / ଇଣ୍ଡିଗୋ ବିମାନରେ ଦେଶ ଛାଡ଼ି ପଳାଇଲେ ଗୋଆ ନାଇଟ୍ କ୍ଲବ ମାଲିକ

Rashmita Mishra
Browse all articles by Rashmita Mishra
·7 months ago·2 min read
ଇଣ୍ଡିଗୋ ବିମାନରେ ଦେଶ ଛାଡ଼ି ପଳାଇଲେ ଗୋଆ ନାଇଟ୍ କ୍ଲବ ମାଲିକ
Fire Mishap

Key Points

ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଖୋଳତାଡ଼ ଚଳାଇଛି ପୋଲିସ ।
ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଖୋଳତାଡ଼ ଚଳାଇଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ । ହେଲେ କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡ଼ି ଚାଲି ଯାଇଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟ୍କୁ ଚାଲି ଯାଇଛନ୍ତି ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ମାମଲା ପରେ ପୋଲିସ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସ୍ ଦିଲ୍ଲୀସ୍ଥିତ ଲୁଥ୍ରାଙ୍କ ବାସଭବନରେ ଚଢ଼ାଉ କରିଥିଲା ।

କ୍ଲବ୍ ଜେନେରାଲ ମ୍ୟାନେଜରଙ୍କ ସମେତ ଚାରି ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ଏହା ସହିତ ପୁଲିସ ଲୁଥ୍ରା ଭାଇ- ଗୌରବ ଓ ସୌରଭ ଲୁଥ୍ରାଙ୍କ ବିରୋଧରେ ଓ୍ବାରେଣ୍ଟ ଓ ଲୁକଆଉଟ ସର୍କୁଲାର ଜାରି କରିଥିଲା । କିନ୍ତୁ ସେମାନେ ଇଣ୍ଡିଗୋ ବିମାନରେ ଥାଇଲାଣ୍ଡ ଫେରାର ହୋଇଯାଇଛନ୍ତି ।

ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ରାତିରେ ହିଁ ଗୌରବ ଓ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମାଧ୍ୟମରେ ଇଣ୍ଟରପୋଲ୍ ସହାୟତା ନେବାକୁ ପଦକ୍ଷେପ ନେଇଛି" ।

ଉତ୍ତର ଗୋଆର ଅର୍ପୋରାରେ ‘ବର୍ଚ ବାଏ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର କିଛି ସମୟ ମଧ୍ୟରେ ଏହାର ମାଲିକ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡ଼ି ଥାଇଲାଣ୍ଡ ପଳାଇଛନ୍ତି। ଡିସେମ୍ବର ୭ ସକାଳ ୫ଟା ୩୦ରେ ଲୁଥ୍ରା ଭ୍ରାତା ଦିଲ୍ଲୀରୁ ଫୁକେତ୍‌କୁ ଇଣ୍ଡିଗୋ ବିମାନ ନମ୍ବର (୬ଇ୧୦୭୩)ରେ ପଳାଇଛନ୍ତି ବୋଲି କହିଛି। ପୁଲିସ ଦିଲ୍ଲୀସ୍ଥିତ ସେମାନଙ୍କ ବାସଭବନରେ ପହଞ୍ଚିବା ପରେ ସେମାନଙ୍କୁ ପାଇ ନଥିଲା। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍‌ କରି ସୌରଭ ଲୁଥ୍ରା ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ମ୍ୟାନେଜମେଣ୍ଟ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ଏବଂ ସମର୍ଥନ ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ବର୍ଚ ବାଏ ରୋମିଓ ଲେନ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ସାମନାକୁ ଆସିଲା ମାଲିକଙ୍କ ଅ‌ନ୍ୟ ଏକ ‌ବେଆଇନ କାରନାମା
ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିବା ଅନ୍ୟ ଏକ କ୍ଲବ୍‌ ବେଆଇନ ଭାବେ ନିର୍ମାଣ ହୋଇଛି। କୌଣସି ଅଗ୍ନି ସୁରକ୍ଷା କିମ୍ବା ଅନ୍ୟ ସୁରକ୍ଷା ବ୍ୟବସ୍ଥା ନାହିଁ। ଗୋଆର ଭ୍ୟାଗେଟର ବିଚ୍‌ରେ ଏହି କ୍ଲବ୍‌ଟି ଅବସ୍ଥିତ ଏବଂ ଏହା ଏକ ସରକାରୀ ଜମିରେ ନିର୍ମାଣ ହୋଇଛି। ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋଷ୍ଟାଲ ଜୋନ୍‌ ରେଗୁଲେଟୋରି ବୋର୍ଡ ଏବଂ ଟାଉନ ଆଣ୍ଡ କଣ୍ଟ୍ରି ପ୍ଲାନିଂ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ସାମାଜିକ କର୍ମୀ ରବି ହରମଲକର ମଧ୍ୟ ଲୁଥ୍ରା ବ୍ରଦର୍ସଙ୍କଠାରୁ ଧମକ ପାଇଛନ୍ତି। ଶେଷରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ କ୍ଲବ୍‌ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି କ୍ଲବ୍‌ ଏବେ ପର୍ଯ୍ୟନ୍ତ ଚାଲୁଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Goa Fire Mishap | Goa Nightclub Owner Reportedly Flees the Country on IndiGo Flight | Argus News