Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସେୟାର ମାର୍କେଟ ସହିତ ଖସିଲା ସୁନା-ରୂପା ଦର

National

ସେୟାର ମାର୍କେଟ ସହିତ ଖସିଲା ସୁନା-ରୂପା ଦର

Ritu Das
Browse all articles by Ritu Das
·1 year ago·1 min read
ସେୟାର ମାର୍କେଟ ସହିତ ଖସିଲା ସୁନା-ରୂପା ଦର

ଫେବୃଆରୀର ଶେଷ ସପ୍ତାହ ଷ୍ଟକ୍ ବଜାର ଏବଂ ସୁନା-ରୂପା ମୂଲ୍ୟରେ ହ୍ରାସ ସହିତ ଆରମ୍ଭ ହୋଇଛି । ସୋମବାର ପ୍ରାରମ୍ଭିକ କାରବାରରେ, BSE ସେନସେକ୍ସ 567.62 ପଏଣ୍ଟ ହ୍ରାସ ପାଇ 74,743.44 ପଏଣ୍ଟରେ ଏବଂ NSE ନିଫ୍ଟି 188.4 ପଏଣ୍ଟ ହ୍ରାସ ପାଇ 22,607.50 ପଏଣ୍ଟରେ ଖୋଲିଥିଲା । ସେହି ସମୟରେ, ସୁନା ଏବଂ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ୨୪ ଫେବୃଆରୀ ୨୦୨୫ ଅର୍ଥାତ୍ ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୮୭୯୩.୩ ଟଙ୍କା ରହିଛି । ଯାହା ପୂର୍ବ ଦିନ ତୁଳନାରେ ୧୦ ଟଙ୍କା କମ୍ । ଯଦି ଆମେ ରୂପା ବିଷୟରେ କଥା ହେବା, ତେବେ ଆଜି ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧୦୩୫୦୦ ଟଙ୍କା ଅଛି, ଯାହା ପୂର୍ବ ଦିନ ତୁଳନାରେ ୧୦୦ ଟଙ୍କା କମ୍ ଅଟେ ।


ଦିଲ୍ଲୀରେ ସୁନାର ମୂଲ୍ୟ ବିଷୟରେ କହିବାକୁ ଗଲେ, ଏଠାରେ ଏହା ପ୍ରତି 10 ଗ୍ରାମ ପାଇଁ 87933 ଟଙ୍କା ରହିଛି । ଆଜି ଜୟପୁରରେ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 87926 ଟଙ୍କା ରହିଛି। ସେହପରି ଲକ୍ଷ୍ନୌରେ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 87949.0 ଟଙ୍କା ରହିଛି । ଯଦି ଭୁବନେଶ୍ବର କଥା ଦେଖିବା ତାହେଲେ 24 କ୍ୟାରେଟ୍ ସୁନାର ଦାମ୍ 87,780 ଟଙ୍କା ରହିଛି। ଆଜି ଦିଲ୍ଲୀରେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧୦୩୫୦୦ ଟଙ୍କା ରହିଛି । ଜୟପୁରରେ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୩୯୦୦ ଟଙ୍କା ରହିଛି। ଲକ୍ଷ୍ନୌ ବିଷୟରେ କହିବାକୁ ଗଲେ, ଆଜି ଏଠାରେ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୪୪୦୦ ଟଙ୍କା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold and silver prices fall along with the stock market | Argus News