Videos
|
National

ନିର୍ମଳା ସୀତାରମଣଙ୍କ ବଜେଟ୍ ଘୋଷଣା ପରେ ସୁନା ଓ ରୂପା ଦର କମିଲା

Ritu Das
Browse all articles by Ritu Das
·2 years ago·1 min read
ନିର୍ମଳା ସୀତାରମଣଙ୍କ ବଜେଟ୍ ଘୋଷଣା ପରେ ସୁନା ଓ ରୂପା ଦର କମିଲା

ଅର୍ଗସ ବ୍ୟୁରୋ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ୍ ଉପସ୍ଥାପନା ପରେ ସୁନା ଓ ରୂପା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଆଜି ତାଙ୍କ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ୬ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହାପରଠାରୁ ବଜାରରେ ସୁନା ଓ ରୁପା ମୂଲ୍ୟରେ ଏକ ଐତିହାସିକ ହ୍ରାସ ଦେଖିବାକୁ ମିଳୁଛି । ଏମସିଏକ୍ସ ଉପରେ ୧୦ ଗ୍ରାମ ପିଛା ସୁନା ୪୧୦୦ ଟଙ୍କା ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ କିଲୋଗ୍ରାମ ୪୩୦୦ ଟଙ୍କା ହ୍ରାସ ପାଇଛି ।

ସୁନା ମୂଲ୍ୟ ୪୧୦୦ ରୁ ଅଧିକ ହ୍ରାସ ପାଇଛି :-
ମଙ୍ଗଳବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଛି ଏବଂ ଏହା ଗତକାଲି ତୁଳନାରେ ୫.୭୨ ପ୍ରତିଶତ ଅର୍ଥାତ୍ ୪,୧୫୮ ରୁ ୬୮,୫୬୦ ଟଙ୍କା ଶସ୍ତା ହୋଇଛି । ଆଜି ବଜେଟର ଉପସ୍ଥାପନା ପରଠାରୁ ସୁନା ଲଗାତାର ଭାବେ ହ୍ରାସ ପାଉଛି ଏବଂ ଏକ ସମୟରେ ଏହା ୬୮,୫୦୦ ଟଙ୍କା ସ୍ତରରେ ପହଞ୍ଚିଛି। ସୁନା ବ୍ୟତୀତ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୁପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ଘଟିଛି ଏବଂ ଏହା କିଲୋଗ୍ରାମ ପ୍ରତି ରେକର୍ଡ ୪,୩୦୪ ଟଙ୍କା ଶସ୍ତା ହୋଇ ସୋମବାର ତୁଳନାରେ ୮୪,୮୯୯ ଟଙ୍କାକୁ ଖସି ଆସିଛି । ବଜେଟରେ ରୁପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ସରକାର ଘୋଷଣା କରିବା ପରେ ଆଜି ରୂପା ୮୪,୨୭୫ ଟଙ୍କାକୁ ଖସି ଆସିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gold and | Argus News