Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚୋରଙ୍କୁ ଧରା ପକେଇଲେ ଚୋର

National

ଚୋରଙ୍କୁ ଧରା ପକେଇଲେ ଚୋର

Jyoti Prakash Mallick
Browse all articles by Jyoti Prakash Mallick
·11 months ago·2 min read
ଚୋରଙ୍କୁ ଧରା ପକେଇଲେ ଚୋର

Key Points

ସେମାନେ ସୁନା ଚୋରି କରି ବିଦେଶରୁ ଆଣିଥିଲେ। ଆଉ ଠି ସେମାନଙ୍କ ପେଟରୁ ସୁନା ଲୁଟିବାକୁ ଅପହରଣ କଲେ ଆଉ ଗୋଟେ ଗ୍ୟାଙ୍ଗ। ଆଉ ତାପରେ ଯାହା ଜଣା ପଡିଲା, ସମସ୍ତେ ଆଶ୍ଚର୍ଯ୍ୟ ...

ଉତ୍ତରପ୍ରଦେଶ ମୁରାଦାବାଦରେ ଚୋରଙ୍କ ଠାରୁ ଚୋରି କରିବାକୁ ହୋଇଥିବା ଅପହରଣର ହୋଇଛି ପର୍ଦ୍ଦାଫାସ। ଅପହରଣ ହୋଇଥିବା ୪ ଜଣଙ୍କ ପେଟରେ ସୁନା ଥିବା ଜଣା ପଡିଛି।


ପୁରା ଘଟଣାଥିଲା ଏମିତି ....


ଦୁବାଇରୁ ସୁନା କ୍ୟାପସୁଲ ଗିଳିଦେଇ ୬ଜଣ ଆସିଥିଲେ ଭାରତ। ଭାରତରେ ପହଞ୍ଚିବା ପରେ, କୌଣସି ସୁତ୍ରରୁ ଖବର ପାଇଁ ତାଙ୍କୁ ଅପହରଣ କରି ନେଇଥିଲେ ଆଉ ଗୋଟେ ଗ୍ୟାଙ୍ଗ। ଉଦ୍ଦେଶ୍ୟ ଥିଲା ସେମାନଙ୍କ ପେଟରୁ ସୁନା ବାହାର କରିବା। କାର ଯୋଗେ ଟାଣ୍ଡା ଯାଉଥିବା ସମୟରେ, ଅପରାଧୀମାନେ ଲକ୍ଷ୍ନୌ-ଦିଲ୍ଲୀ ରାଜପଥର ପୁରୁଣା ଟୋଲ୍ ପ୍ଲାଜା ନିକଟରୁ ସେମାନଙ୍କୁ ପେଟରେ ସୁନା ଥିବା ସନ୍ଦେହରେ ଅପହରଣ କରିଥିଲେ। ଏନେଇ ପୋଲିସକୁ ଖବର ମିଳିବା ପରେ ଏନକାଉଣ୍ଟର କରି ଦୁଇ ଅପରାଧୀଙ୍କୁ ଧରିଥିଲେ ପୋଲିସ, ଏବଂ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।


ପରେ ପୋଲିସ ସାଉଦିରୁ ଫେରିଥିବା ଛଅ ଜଣଙ୍କର ଅଲ୍ଟ୍ରାସାଉଣ୍ଡ ସିଏଚସିରେ କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର କହିଥିଲେ ଅଭିଯୁକ୍ତଙ୍କ ପେଟରେ ସୁନା କ୍ୟାପସୁଲ୍‌ ନାହିଁ ବୋଲି। ପରେ ପୋଲିସ ଏମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଆଣିଥିଲା। ସେଠାରେ ଜଣା ପଡିଥିଲା ୪ ଜଣଙ୍କ ପେଟରେ ସୁନା ଅଛି ବୋଲି। ପରେ ପୁଣି ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସ୍ପଷ୍ଟ ହୋଇଥିଲା ୪ ଜଣଙ୍କ ପେଟରେ ସୁନା ଅଛି ବୋଲି। ଏନେଇ କଷ୍ଟମ ବିଭାଗକୁ ସୂଚନା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ଏସପି କହିଛନ୍ତି ରାମପୁର ଜିଲ୍ଲାର ଟାଣ୍ଡା ବାଦଲିର ବାସିନ୍ଦା ଶାନ ଆଲାମ, ମୁତାଲ୍ଲଭି, ମହମ୍ମଦ ନାଭିଦ, ଜାହିଦ ଅଲି, ଆଝାରୁଦ୍ଦିନ ଏବଂ ଜୁଲଫିକର ସାଉଦି ଆରବରେ କାମ କରୁଥିଲେ। ଶୁକ୍ରବାର, ସମସ୍ତେ ସାଉଦିରୁ ଦିଲ୍ଲୀ ଫେରିଥିଲେ। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଏମାନେ ସାଉଦିରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ତଦନ୍ତ ଓ ଯାଞ୍ଚ ଏଜେନ୍ସିକୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ରାମପୁରର ଟାଣ୍ଡାର ବାସିନ୍ଦା ଶାନ୍ ଆଲାମ୍, ଆଝାରୁଦ୍ଦିନ୍, ଜୁଲଫିକର ଏବଂ ମୁତାଲ୍ଲଭି ପ୍ରାୟ ଗୋଟିଏ ବର୍ଷ ପୂର୍ବେ ଦୁବାଇ କାମ କରିବାକୁ ଯାଇଥିଲେ


। ଏହି ଚାରି ଜଣ ଦୁବାଇରୁ ସାଉଦି ଆରବରେ ପହଞ୍ଚିଥିଲେ। ଶୁକ୍ରବାର, ସେମାନେ ସେମାନଙ୍କର ଅନ୍ୟ ଦୁଇ ସାଥୀ ମହମ୍ମଦ ନାଭିଦ ଏବଂ ଜାହିଦଙ୍କ ସହିତ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରୁ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ। ପରେ ସେମାନଙ୍କୁ ଅପହରଣ କରିନେଇଥିଲେ ଆଉ ଗୋଟେ ଗ୍ୟାଙ୍ଗ। ଅପରାଧୀମାନେ ସେମାନଙ୍କୁ ଅପହରଣ କରି ଏକ ଫାର୍ମହାଉସରେ ବନ୍ଧକ ରଖି ସୁନା ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।


ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଚାରି ସୁନା ଚୋରା ଚାଲାଣକାରୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଛି। ଡାକ୍ତରୀ ଦଳ ଏପର୍ଯ୍ୟନ୍ତ ଚାରି ଜଣଙ୍କ ପେଟରୁ ନଅଟି ସୁନା କ୍ୟାପସୁଲ ବାହାର କରିଛନ୍ତି। ଗୋଟିଏ କ୍ୟାପସୁଲର ଓଜନ ୨୫ ଗ୍ରାମ ହେବ। ତଦନ୍ତରୁ ଜଣାପଡିଛି ରାମପୁରର ଟାଣ୍ଡାର କିଛି ଲୋକ ସାଉଦି ଆରବରୁ ଫେରିଥିବା ଲୋକଙ୍କ ବିଷୟରେ ଅପରାଧୀଙ୍କୁ ସୂଚନା ଦେଇଥିଲେ। ଯାହା ଫଳରେ ଅପରାଧୀମାନେ ସୁନା ଗିଳିଥିବା ଲୋକଙ୍କୁ ଗିରଫ କରିଥିଲେ।

Sponsored
Gold found in stomachs of four people returning from Saudi Arabia | Argus News