Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gold Rate Drop / ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟିଏ ଦିନରେ ୭ ହଜାର କମିଲା ସୁନା!

Ritu Das
Browse all articles by Ritu Das
·8 months ago·2 min read
ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟିଏ ଦିନରେ ୭ ହଜାର କମିଲା ସୁନା!

Key Points

ଧନତେରସ ପରଠାରୁ ସୁନା ଦର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୀପାବଳି ଓ ଧନତେରସ ଉତ୍ସବରେ ସୁନା ରୂପାରେ ଆଶାତୀତ ଲାଭ ହୋଇଛି।
ଧନତେରସ ପରଠାରୁ ସୁନା ଦର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୀପାବଳି ଓ ଧନତେରସ ଉତ୍ସବରେ ସୁନା ରୂପାରେ ଆଶାତୀତ ଲାଭ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ସାରା ଦେଶରେ ଚଳିତ ବର୍ଷ ୩୫-୪୦ ପ୍ରତିଶତ ଅଧିକ ବିକ୍ରି ହୋଇଥିବା ସୂଚନା ରହିଛି । କିନ୍ତୁ ଧନତେରସ ପରଠାରୁ ଲଗାତର ସୁନା ଦର କମୁଥିବାରୁ ଗ୍ରାହକଙ୍କ ମନକୁ ଆଶ୍ଵସ୍ତି ମିଳିଛି। 

ଅଧିକ ପଢ଼ନ୍ତୁ: ଦୀପାବଳି ପରେ କମିଗଲା ସୁନା-ରୂପା ଦର, ୧୦ ହଜାର ଶସ୍ତା ହେଲା ରୂପା...


ଆଜିର ଦର: ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୦୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୪,୬୫୦ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ବର, ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୫,୦୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୪,୬୫୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧, ୨୬,୦୩୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୧୪,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୨୫,୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୧୫,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୨୫,୦୮୦ ଓ ୧,୧୪,୬୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୫୯,୦୦୦ ଟଙ୍କା ହୋଇଛି।

ଚଳିତ ବର୍ଷ ସୁନା ୪୭,୭୪୫ ମହଙ୍ଗା: ଏହି ବର୍ଷ ଏପର୍ଯ୍ୟନ୍ତ, ସୁନାର ମୂଲ୍ୟ ୪୭,୭୪୫ ବୃଦ୍ଧି ପାଇଛି। ଡିସେମ୍ବର ୩୧, ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬,୧୬୨ ଥିଲା, ଯାହା ଏବେ ୧,୨୩,୯୦୭ ହୋଇଯାଇଛି। ଏହି ସମୟ ମଧ୍ୟରେ ରୂପାର ମୂଲ୍ୟ ମଧ୍ୟ ୬୬,୪୮୪ ବୃଦ୍ଧି ପାଇଛି। ଡିସେମ୍ବର ୩୧, ୨୦୨୪ରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୮୬,୦୧୭ ଥିଲା, ଯାହା ଏବେ ପ୍ରତି କିଲୋଗ୍ରାମ ୧,୫୨,୫୦୧ ହୋଇଛି।

ଆହୁରି ପଢ଼ନ୍ତୁ: ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

କେମିତି ଜାଣିବେ ସୁନାର ଶୁଦ୍ଧତା: ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price Drops ₹7,000 in a Day | Good News for Buyers | Argus News