Videos
|
National

Gold Prices Fall / ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନାର ମୁଲ୍ୟ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନାର ମୁଲ୍ୟ
Gold Price

Key Points

ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର
ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନାର ଦର
୧୦ ଗ୍ରାମ ପିଛା ସୁନା ମୂଲ୍ୟ ୨,୨୦୦ ଟଙ୍କା କମିଛି

ଭୁବନେଶ୍ୱର, ୧୩/୧୧: ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର।  ପୁଣି କମିଲା ସୁନା ଦର। ଏଥର ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୨,୨୦୦ ଟଙ୍କା କମିଛି ସୁନାର ଦର।ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୪୩,୪୦୦ ଟଙ୍କାକୁ ଖସି ଆସିଛି। ଅନ୍ୟପଟେ ରୂପା ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ।

୨୨୦୦ ଟଙ୍କା ଶସ୍ତା ହେଲା ସୁନା

ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୧,୪୫,୬୦୦ ଟଙ୍କାରୁ ହ୍ରାସ ପାଇ ୧,୪୩,୪୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ସୁନା ଦର ୨,୨୦୦ ଟଙ୍କା କମିଛି। କ୍ରମାଗତ ତୃତୀୟ ଥର ପାଇଁ ସୁନା ମୂଲ୍ୟରେ ଏଭଳି ହ୍ରାସ ଦେଖିବାକୁ ମିଳିଛି।  ବିବାହ ଋତୁ ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ପାଇଁ ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ ଏହି ହ୍ରାସ କିଛିଟା ଆଶ୍ୱସ୍ତି ଦେଇପାରେ।

ପଢନ୍ତୁ ଏହି ଖବର: ଏହି ସପ୍ତାହରେ ସୁନା ଏବଂ ରୂପାର ମୂଲ୍ୟ କେତେ ରହିବ, ବିଶେଷଜ୍ଞମାନେ କ’ଣ କହୁଛନ୍ତି ଜାଣନ୍ତୁ?

କାହିଁକି ହ୍ରାସ ପାଉଛି ସୁନା ଦର?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ହ୍ରାସ ପାଇଛି। ସୁନା ଦର ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୩,୯୫୦ ଡଲାର ତଳକୁ ଖସିଛି। ଆମେରିକୀୟ ଡଲାର ମଜବୁତ ହେବା ଏହି ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ସାଧାରଣତଃ ଡଲାର ମଜବୁତ ହେଲେ ସୁନା ଦର ଉପରେ ଚାପ ପଡ଼ିଥାଏ। ଡଲାର ମହଙ୍ଗା ହେବା ଯୋଗୁଁ ଅନ୍ୟ ଦେଶର ନିବେଶକଙ୍କ ପାଇଁ ସୁନା କିଣିବା ଅଧିକ ଖର୍ଚ୍ଚବହୁଳ ହୋଇଥାଏ। ଏହାର ପ୍ରଭାବ ସୁନାର ଚାହିଦା ଏବଂ ମୂଲ୍ୟ ଉପରେ ପଡ଼ିଥାଏ। ତେବେ ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇବ ନା ପୁଣି ବୃଦ୍ଧି ହେବ, ତାହା ଅନ୍ତର୍ଜାତୀୟ ବଜାରର ସ୍ଥିତି ଏବଂ ଡଲାରର ଗତିବିଧି ଉପରେ ନିର୍ଭର କରିବ।
Gold Price Today: Gold Rates Drop for Third Straight Day | Argus News Odia