Gold price Hike;ଯେଉଁଠି ସୁନା ଲକ୍ଷେ ଛୁଇଁଲାଣି, ସେଇଠି 500 ଟଙ୍କାରେ ବି ହୋଇପାରୁଛି ବାହାଘର

ମହଙ୍ଗା ନୁହେଁ ବାହାଘର । ଖାଲି ଯେ ଲକ୍ଷ ଲକ୍ଷ ଟଙ୍କା...ପୁଳା ପୁଳା ସୁନା ପାଖରେ ଥିଲେ ଜଣେ ବାହା ହେଇପାରିବ ତାହା ନୁହେଁ । ବାହାଘର 500 ଟଙ୍କାରେ ମଧ୍ୟ ହୋଇପାରିବ । ସେଥିପାଇଁ ଦରକାର ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସ । ଯାହା ପ୍ରମାଣ କରିଦେଖାଇଛନ୍ତି ଏହି ଆଇଏଏସ ଦମ୍ପତ୍ତି । ଆଉ ସମାଜରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।
ବିବାହ ପାଇଁ ଦୁହେଁ କେବଳ କୋର୍ଟ ଫିସ୍ ଦେଇଇଥିଲେ, ଯାହା ଥିଲା ୫୦୦ ଟଙ୍କା । ଆଉ ବିବାହର ମାତ୍ର 48 ଘଣ୍ଟା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ବାହାଘର ବି ଆଉ କେଉଁଠି ନୁହେଁ ଅତିରିକ୍ତ ବିଚାରପତିଙ୍କ କାର୍ଯ୍ୟାଳୟରେ ସମ୍ପନ୍ନ ହୋଇଥିଲା । ଯେଉଁଠି ଏ ମହଙ୍ଗା ଯୁଗରେ ବାପା-ମା ଲକ୍ଷ ଲକ୍ଷ ଟଙ୍କା ବିବାହରେ ଖର୍ଚ୍ଚ କରି ଦେଉଛନ୍ତି ସେଇଠି ମାତ୍ର 500 ଟଙ୍କାରେ ବି ବିବାହ ସମ୍ପନ୍ନ ହୋଇପାରିବ ବୋଲି ଏମାନେ ପ୍ରମାଣ କରିଦେଖାଇଛନ୍ତି ।
କେବଳ ଫଟୋ ସୁଟ୍, ପ୍ରି ୱେଡିଂ ଏବଂ ଡେସଟିନେସନାଲ ୱେଡିଂରେ ଲୋକେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ... କୋଟି କୋଟି... । ମାନେ ଯାହାର ଯେତେ ଅଛି ସବୁ ଟଙ୍କା ବାହାଘରରେ ସାରିଦେଉଛନ୍ତି । ଏମିତିକି ବାପା ମା ଙ୍କ ଜୀବନ ଯାକର ପୁଞ୍ଜି ବି ସରିଯାଉଛି । ଏ ମହଙ୍ଗା ଯୁଗରେ ଗରିବ ଲୋକଟିଏ ପାଖରେ ଟଙ୍କା ନଥିଲେ ଝିଅ ବାହା ଦେବାକୁ ବି ଡରିଲାଣି । ସୁନା ଦର, ପ୍ରତ୍ୟେକ ଆସବାବପତ୍ରର ଦର ଯେମିତି ହୁ ହୁ ହୋଇ ବଢୁଛି ବିବାହ କଥା ଭାବିଲେ ଟେନସନ୍ ବଢିଯାଉଛି । ଆଗରୁ ଯେତେ ସଞ୍ଚୟ କଲେ ବି ସବୁ ଟଙ୍କା ଫୁ ହୋଇଯାଉଛି । ସେଇଠି ଏମାନେ ପ୍ରମାଣ କରି ଦେଖାଇଛନ୍ତି ଯେ ମନ ମିଶିଲେ ସବୁକିଛି ସମ୍ଭବ।
📱 Get Argus News App
✨ଆଶିଷ ବଶିଷ୍ଠ IIT ରୁର୍ କି ରୁ ଗ୍ରାଜୁଏସନ କରିଥିବାବେଳେ ତାଙ୍କ ଘର ରାଜସ୍ଥାନର ଅଲୱର । ଯେତେବେଳେକି ସଲୋନି ସିଧାନା ପଞ୍ଜାବର ଜଲାଲାବାଦରୁ ହୋଇଥିବାବେଳେ 2014 ମସିହାରେ ଆଇଏଏସ ପାଇଥିଲେ । ଉଭୟ ନିଜ ନିଜ ପରିବାରର ପ୍ରଥମ ଆଇଏଏସ୍ ଅଧିକାରୀ । ଆଇଏଏସ ଟ୍ରେନିଂ ନେବା ସମୟରେ ଦୁହେଁ ପରସ୍ପରକୁ ଭଲ ପାଇବସିଥିଲେ । ବିବାହ କରିବାକୁ ସ୍ଥିର କରିଥିଲେ ।
ଆଉ ବିବାହ ପରେ ଏହି ଦମ୍ପତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୋସିଆଲ ମିଡିଆ ଏବଂ ପ୍ରଚାରରୁ ଦୂରେଇ ବିବାହ କରିଥିବାରୁ ତାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।
ଏବେ ବାହାଘରର ଖର୍ଚ୍ଚ ପ୍ରତି ବର୍ଷ ବଢି ବଢି ଚାଲିଛି । କୋଟି କୋଟି ଟଙ୍କା ଏମିତି ଉଡିଯାଉଛି । ଥିଲାବାଲା ନଥିଲାବାଲା ଖର୍ଚ୍ଚ କରିବାକୁ କେହି ବି ପଛ ଖୁଞ୍ଚା ଦେଉନାହାନ୍ତି । କାଳେ ଲୋକ କଣ କହିବେ...ସମାଜ ସହ ସମାସ୍କନ୍ଦ ହେବାକୁ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ଏମିତି ଉଡାଇଦେଉଛନ୍ତି । ସୁନା ଦର ପ୍ରତିଦିନ ରେକର୍ଡ ଭାଙ୍ଗି ଲକ୍ଷେ ପାଖାପାଖି ଛୁଇଁଲାଣି । ଡେସଟିନେସନ ୱେଡିଂ, ପ୍ରି ୱେଡିଂ, ପୋଷ୍ଟ ୱେଡିଂ ଏବେକା ଯୁଗରେ ଟ୍ରେଣ୍ଡ୍ ପାଲଟିଛି । ଏତିକି ବେଳେ ଏହି ଆଇଏଏସ ଦମ୍ପତ୍ତିଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି ।