Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତୀୟ ବଜାରରେ ୮୬ ହଜାର ପାର୍ କଲା ସୁନା ଦର

Ritu Das
Browse all articles by Ritu Das
·1 year ago·1 min read
ଭାରତୀୟ ବଜାରରେ ୮୬ ହଜାର ପାର୍ କଲା ସୁନା ଦର

Key Points

ଭାରତୀୟ ବଜାରରେ ୮୬ ହଜାର ପାର୍ କଲା ସୁନା ଦର

୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୫୧୦ ଟଙ୍କା

୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୩୦୦ ଟଙ୍କା ଛୁଇଁଛି

ପୁଣି ଡରାଇଲାଣି ସୁନା ଦର। ଭାଙ୍ଗିଲା ରେକର୍ଡ। ଭାରତୀୟ ବଜାରରେ ୮୬ ହଜାର ପାର୍ କଲା ସୁନା ଦର। ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୫୧୦ ଟଙ୍କା ହୋଇଛି। ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୩୦୦ ଟଙ୍କା ଛୁଇଁଛି। ୪ ଦିନରେ ୬୮୦୦ ଟଙ୍କା ମହଙ୍ଗା ହୋଇଛି। ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି।


ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ। ସେହିପରି ଆଜି ଭୁବନେଶ୍ବର ୨୨ କ୍ୟାରେଟ ସୁନା ଦର ୭୯,୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୬,୫୧୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୩୦୦ ଟଙ୍କା ଓ ୮୬,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯,୪୫୦ ଟଙ୍କା ଓ ୮୬,୬୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬,୫୧୦ ଟଙ୍କା ଥିବା ରେକର୍ଡ ହୋଇଛି। ସେହିପରି ରୂପା ୯୯, ୫୦୦ ଟଙ୍କାରେ ପହଞ୍ଚିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold price hits 86,000 paise in Indian market | Argus News