Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୯୨ ହଜାର ଡେଇଁଲା ସୁନା ଦର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୯୨ ହଜାର ଡେଇଁଲା ସୁନା ଦର

ରେକର୍ଡ ଭାଙ୍ଗିଲା ସୁନା ଦର । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୯୨ ହଜାର ଟଙ୍କା ପହଞ୍ଚିଛି । ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି । ତେବେ ଭୁବନେଶ୍ବରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି । ଗତ କିଛି ମାସ ହେଲା ଦୃତ ଗତିରେ ବଢ଼ି ଚାଲିଛି ସୁନା ଦର । ଚଳିତ ବର୍ଷ ଆରମ୍ଭରେ ସୁନାଦର ୭୮ ହଜାର ଟଙ୍କା ରହିଥିଲା ।


ତା ପରଠୁ ମୂଲ୍ୟ ବଢ଼ି ଚାଲିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୨୦୦ ଟଙ୍କା ହୋଇଛି । ଏହା ସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୩, ୬୦୦ ଟଙ୍କା ଛୁଇଁଛି । ବିଶେଷକରି ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold price reaches Rs 92,000 per 10 grams | Argus News