Videos
|
National

୩ ଦିନରେ ମହଙ୍ଗା ହେଲା ସୁନା: ଆଜି ଭାଙ୍ଗିଲା ରେକର୍ଡ

Ritu Das
Browse all articles by Ritu Das
·1 year ago·1 min read
୩ ଦିନରେ ମହଙ୍ଗା ହେଲା ସୁନା: ଆଜି ଭାଙ୍ଗିଲା ରେକର୍ଡ

ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ସୁନା ଦର ହ୍ରାସ ପାଇବ ବୋଲି ଖବର ପ୍ରକାଶ ପାଉଥିଲେ ହେଁ ଏହି ଦର ବଢ଼ିବଢ଼ି ଚାଲିଛି। ଶୁକ୍ରବାର ସୁନା ଦର ୯୫ ହଜାର ଟଙ୍କା ପାର୍‌ କରିଛି। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କା ରହିଛି। ୩ ଦିନରେ ସୁନା ଦର ୫ ହଜାରରୁ ଅଧିକ ହୋଇଛି। ଗୋଟିଏ ପଟେ, ଫ୍ୟୁଚର୍ସ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ଘରୋଇ ବଜାରରେ ସୁନା ପ୍ରତି ୧୦ ଗ୍ରାମ ୯୫,୪୦୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ସୁନା ୨୦୨୦ ଟଙ୍କା ବୃଦ୍ଧି ପାଇଛି।


ଦେଶର ପ୍ରମୁଖ ସହରଗୁଡ଼ିକରେ ଆଜି ସୁନାର ମୂଲ୍ୟ କେତେ। ୧୦ ଗ୍ରାମ ସୁନା କିଣିବା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ? ରିପୋର୍ଟ ଅନୁଯାୟୀ, ଆଜି ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ୍‌ ପାଇଁ ୨୦୨୦ ଟଙ୍କା ବୃଦ୍ଧି ପାଇଛି। ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ୯୫,୫୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି, ଯଦି ଆମେ ଦେଶର ମୁମ୍ବାଇ ବିଷୟରେ କହିବା ତେବେ ସେଠାରେ ମଧ୍ୟ ୨୪ କ୍ୟାରେଟ୍‌ ସୁନା କିଣିବା ପାଇଁ ଆପଣଙ୍କୁ ୯୫,୪୦୦ ଟଙ୍କା ଦେବାକୁ ପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gold-price-rises-in-3-days-record-broken-today | Argus News