Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାରା ବିଶ୍ବରେ ବଢୁଛି ସୁନା ଦର , ଭରି ପିଛା ବଢିଲା ଏତିକି ଟଙ୍କା

National

ସାରା ବିଶ୍ବରେ ବଢୁଛି ସୁନା ଦର , ଭରି ପିଛା ବଢିଲା ଏତିକି ଟଙ୍କା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସାରା ବିଶ୍ବରେ ବଢୁଛି ସୁନା ଦର , ଭରି ପିଛା ବଢିଲା ଏତିକି ଟଙ୍କା

ଅର୍ଗସ ବ୍ୟୁରୋ : ଆକାଶଛୁଆଁ ହେଲା ସୁନା ଦର । ସାରା ବିଶ୍ବରେ ସୁନା ଦର ବଢିବାରେ ଲାଗିଛି । ଯାହା ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୮ ହଜାର ପାର କରିଛି । ଆଗକୁ ଏହା ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି । ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୧୦ ଗ୍ରାମ ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ବିଶ୍ୱ ସ୍ତରରେ ମଜବୁତ ଧାରା ଏବଂ ଦୁର୍ବଳ ଟଙ୍କାର ମୂଲ୍ୟ ଯୋଗୁଁ ସୋମବାର ଜାତୀୟ ରାଜଧାନୀରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି।


ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରାଯାଉଛି । ଯଦି ସୁନାର ଦର ନକମେ ତାହେଲେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ପାର କରିବ ବୋଲି ଆଶା କରାଯାଉଛି । ତେବେ କୋଉଠି ନା କୋଉଠି ସୁନା ଦର ବଢିବାରେ ଟ୍ରମ୍ପଙ୍କ ଦାୟୀ କରାଯାଉଛି । ଟ୍ରମ୍ପଙ୍କ ଟ୍ରେଡ ଓ୍ବାର ପାଇଁ ସୁନା ଦର ହୁ ହୁ ବଢିଚାଲିଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold prices are rising all over the world | Argus News