Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ଦର ମଧ୍ୟ ଖସିଲା

Ritu Das
Browse all articles by Ritu Das
·1 year ago·1 min read
ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ଦର ମଧ୍ୟ ଖସିଲା

Key Points

ଲଗାତାର ୪ ଦିନ ଧରି ଚାଲିଥିବା ସୁନା ମୂଲ୍ୟ ବୃଦ୍ଧି ଶେଷରେ ଆଜି ବନ୍ଦ ହୋଇଛି

ସୁନା ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ରେକର୍ଡ

ଲଗାତାର ୪ ଦିନ ଧରି ଚାଲିଥିବା ସୁନା ମୂଲ୍ୟ ବୃଦ୍ଧି ଶେଷରେ ଆଜି ବନ୍ଦ ହୋଇଛି । ମଙ୍ଗଳବାର ଦିନ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି । ଆଜି ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୮୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୯୮,୫୦୦ ଟଙ୍କାରେ ପହଞ୍ଚିଛି । ଅଲ୍ ଇଣ୍ଡିଆ ବୁଲାନ୍ ଆସୋସିଏସନ୍ ଏହି ସୂଚନା ଦେଇଛି। ସୋମବାର ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୫୫୦ ଟଙ୍କା ବୃଦ୍ଧି ପାଇ ୯୯,୩୦୦ ଟଙ୍କାରେ ପହଞ୍ଚିଥିଲା। ଗତ ସପ୍ତାହରେ ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ତା’ପରେ ଏହି ସପ୍ତାହରେ ସୋମବାର ସୁନା ମୂଲ୍ୟରେ ମୋଟ ୨୭୬୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି ।


ଲକ୍ଷେ ତଳେ ସୁନା- ୯୯.୯ ପ୍ରତିଶତ ଶୁଦ୍ଧତା ସୁନା ସହିତ ଆଜି ୯୯.୫ ପ୍ରତିଶତ ଶୁଦ୍ଧତା ସୁନା ମଧ୍ୟ ୮୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୯୮,୦୦୦ ଟଙ୍କାରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ଏହା ପ୍ରତି ୧୦ ଗ୍ରାମ ୯୮,୮୦୦ ଟଙ୍କାରେ ବନ୍ଦ ହୋଇଥିଲା। ଏହା ବ୍ୟତୀତ, ଆଜି ରୂପାର ମୂଲ୍ୟ ମଧ୍ୟ ୧୩୭୦ ଟଙ୍କା ହ୍ରାସ ପାଇ ୯୯,୦୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ସୋମବାର ରୂପାର ମୂଲ୍ୟ ୧୧୭୦ ଟଙ୍କା ବୃଦ୍ଧି ସହିତ ପ୍ରତି କିଲୋଗ୍ରାମ ୧,୦୦,୩୭୦ ଟଙ୍କାରେ ବନ୍ଦ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gold-prices-drop-sharply-silver-prices-also-fall | Argus News