Videos
|
National

ବିଶ୍ୱକର୍ମା ପୂଜା ଦିନ କମିଗଲା ସୁନା ଦର

Ritu Das
Browse all articles by Ritu Das
·2 years ago·1 min read
ବିଶ୍ୱକର୍ମା ପୂଜା ଦିନ କମିଗଲା ସୁନା ଦର

ଅର୍ଗସ ବ୍ୟୁରୋ: ସୁନା ମୂଲ୍ୟରେ ଆଜି ସପ୍ତାହର ପ୍ରଥମ ଦିନ ସୋମବାର ୧୬ ସେପ୍ଟେମ୍ବରରେ ହ୍ରାସ ପାଇଛି। ଏହି ହ୍ରାସ ସାଧାରଣ ରହିଛି। ଆଜି ସୁନା ମୂଲ୍ୟରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି। ଦେଶର ହାରାହାରି ସମସ୍ତ ସହରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୭୪ ହଜାର ୫୦୦ ଟଙ୍କା ପାର କରିଛି।

ଅଳଙ୍କାର କିଣୁଥିବା ଲୋକଙ୍କ ପାଇଁ ୨୨ କ୍ୟାରେଟ ଗୋଲ୍ଡ ରେଟ ୭୮ ହଜାର ୫୦୦ ଅତିକ୍ରମ କରିଛି। ୧୮ କ୍ୟାରେଟ ଗୋଲ୍ଡ ରେଟ ମଧ୍ୟ ୫୯ ହଜାର ଟଙ୍କା ପାଖାପାଖି ରହିଛି। ସିଲଭର ରେଟ କିଲୋଗ୍ରାମ ପିଛା ୯୧ ହଜାର ୯୦୦ ଟଙ୍କା ରହିଛି।
-ନୂଆଦିଲ୍ଲୀରେ ୨୪ କ୍ୟାରେଟ ଗୋଲ୍ଡ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ହାରାହାରି ୬୮ ହଜାର ୭୯୦ ଟଙ୍କା ୧୦ ଗ୍ରାମ ପିଛା ରହିଛି।
-ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି। ସେହିପରି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ମୂଲ୍ୟ ୬୮ ହଜାର ୬୪୦ ଟଙ୍କା ରହିଛି।
-କୋଲକାତାରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାର ୬୪୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି।
-ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାର ୬୪୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୮୮୦ ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gold prices fell | Argus News Odia