ରେକର୍ଡ ଭାଙ୍ଗିଲା ସୁନା

Key Points
୫ ବର୍ଷରେ ୩୮ ହଜାର ବଢିଲାଣି ସୁନା ଦର
ସୁନା ଦର ବଢିବାର କାରଣ ?
କେଉଁ ଦେଶର ରାଷ୍ଟ୍ରୀୟ ବ୍ୟାଙ୍କ ପାଖରେ ଅଛି କେତେ ସୁନା ?
ହୁହୁ ହୋଇ ବଢୁଛି ସୁନା ଦର। ପରିସ୍ଥିତି ଏମିତି ହେଲାଣି ସୁନା କହୁଛି ଆଉ ଛୁଅଁନା ମତେ। ଆଜି ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନା। ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୮୦ ହଜାର ଡେଇଁଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୮ ହଜାର ପାର କରିଛି । ଆଗକୁ ଏହା ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି । ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୧୦ ଗ୍ରାମ ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ।
୫ ବର୍ଷରେ ୩୮ ହଜାର ବଢିଲାଣି ସୁନା ଦର
୨୦୨୦ ମସିହାକୁ ଯଦି ହିସାବକୁ ନିଆଯାଏ, ୨୪ କ୍ୟାରେଟ ସୁନା ୪୮ ହଜାର ୬୦୦ ଉପରେ ରହିଥିଲା। ୨୦୨୧ ରେ ୪୮ ହଜାର ୭୨୦, ୨୦୨୨ରେ ୫୨ ହଜାର ୬୭୦, ୨୦୨୩ରେ ୬୫ ହଜାର ୩୩୦, ୨୦୨୪ ରେ ୭୭ ହଜାର ୯୧୩ ଏବେ ୨୦୨୫ ଆରମ୍ଭରେ ୨୪ କ୍ୟାରେଟ ସୁନା ଦର ଭୁବନେଶ୍ବରରେ ୮୭ ହଜାର ୭୦ ଟଙ୍କାରେ ପହଞ୍ଚିଛି ।
ସୁନା ଦର ବଢିବାର କାରଣ ?
📱 Get Argus News App
✨କୋଉଠି ନା କୋଉଠି ସୁନା ଦର ବଢିବାରେ ଟ୍ରମ୍ପଙ୍କୁ ଦାୟୀ କରାଯାଉଛି । ଟ୍ରମ୍ପଙ୍କ ଟ୍ରେଡ ଓ୍ବାର ପାଇଁ ସୁନା ଦର ହୁ ହୁ ବଢିଚାଲିଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ମୁଦ୍ରା ସ୍ପିତି ଓ ବିନିମୟ ମୂଲ୍ୟରେ ଅସ୍ଥିରତତାରୁ ମୁକୁଳିବାକୁ ପ୍ରାୟ ଅଧିକାଂଶ ଦେଶ ଗୁଡିକ ସୁନାରେ ଅଧିକ ନିବେଶ କରିବାକୁ ଆହ୍ବାନ ଦେଉଛନ୍ତି। ଦେଶର ରାଷ୍ଟ୍ରୀୟ ବ୍ୟାଙ୍କ ଗୁଡିକ ସୁନା ଭଣ୍ଡାରରେ ବହୁ ମାତ୍ରାରେ ସୁନା ଗଚ୍ଛିତ ରଖୁଛନ୍ତି। ୨୦୨୪ ଅକ୍ଟୋବର ଇରାନ ଇସ୍ରାଏଲ ଉପରେ ମିସାଇଲ ମାଡ କରିବା ପରେ ବିଶ୍ବ ବଜାରରେ ପଡିଥିଲା ପ୍ରଭାବ। ସଙ୍ଗେସଙ୍ଗେ ଗୋଟେ ପ୍ରତିଶତ ବଢିଥିଲା ସୁନା ଦର । ୨୦୨୨ ଫେବୃୟାରୀରେ ଋଷ ୟୁକ୍ରେନ ବିବାବ ବି ବଢାଇଥିଲା ସୁନାର ଭାଉ।
କେଉଁ ଦେଶର ରାଷ୍ଟ୍ରୀୟ ବ୍ୟାଙ୍କ ପାଖରେ ଅଛି କେତେ ସୁନା ?
୨୦୨୪ ଡବ୍ଲୁଜିସି ଡାଟା କୁହେ ଆମେରିକା ପାଖରେ ୮ ହଜାର ୧୩୩.୪୬ ଟନ ସୁନା ମହଜୁଦ ରହିଛି। ଜର୍ମାନ ପାଖରେ ୩ ହଜାର ୩୫୧. ୫୩ ଟନ। ଇଟାଲୀ ପାଖରେ ୨ ହଜାର ୪୫୧ .୮୪ ଟନ୍ ସୁନା ଷ୍ଟକ ଅଛି। ଫ୍ରାନ୍ସ ପାଖରେ ୨ ହଜାର ୪୩୬.୯୪ ଟନ, ଚୀନ ପାଖରେ ୨ ହଜାର ୨୬୪.୩୨ ଟନ, ସ୍ବିଜରଲାଣ୍ଡ ପାଖରେ ୧୦୩୯.୯୪ ଟନ। ଭାରତ ରିଜର୍ଭ ବ୍ୟାଙ୍କ ସୁନା ଭଣ୍ଡାରରେ ୯୦୦ ଟନରୁ ଅଧିକ ସୁନା ରହିଛି। ଜାପାନ ପାଖରେ ୮୪୫.୯୭ ଟନ, ନେଦରଲାଣ୍ଡ ପାଖରେ ୬୧୨.୪୫ ଟନ, ତୁର୍କୀ ପାଖରେ ୫୯୫.୩୭ ଟନ ସୁନା ରହିଛି। ୱାର୍ଲ୍ଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ଦ୍ୱାରା ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ଭାରତୀୟ ଲୋକମାନଙ୍କ ପାଖରେ ୨୫ ହଜାର ଟନ୍ ସୁନା ଥାଇପାରେ।