Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢ଼ିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଢ଼ିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ପୁଣି ବଢ଼ିଲା ସୁନା ଦର। କେଉଁ ଦିନ ବଢ଼ୁଛି ତ ପୁଣି କେଉଁ ଦିନ କମୁଛି ସୁନା ଏବଂ ରୁପା ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ସୁନା ଦର ୮୦ ଛୁଇଁଥିବା ସଳଚନା ରହିଛି। ସୁନା ଓ ରୂପା ମୂଲ୍ୟ କ୍ରମାଗତ ଭାବେ ବଦଳୁଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ୦୫୦ ଟଙ୍କା ହୋଇଛି।

ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୭୧୦ ଟଙ୍କା ଛୁଇଁଛି।ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୭୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୮ ହଜାର ୦୫୦ ହୋଇଛି।ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।ଅଳଙ୍କାରରେ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ। ଏହି ସୁନା ୯୧.୬ ପ୍ରତିଶତ ଶୁଦ୍ଧ। କିନ୍ତୁ ପ୍ରାୟତ ୮୯ କିମ୍ବା ୯୦ ପ୍ରତିଶତ ଶୁଦ୍ଧ ସୁନା ବ୍ୟବହାର ହୋଇ ୨୨ କ୍ୟାରେଟ୍ ସୁନା ଅଳଙ୍କାର ଭାବରେ ବିକ୍ରି ହୁଏ।

ସେଥିପାଇଁ ଯେତେବେଳେ ବି ଆପଣ ଅଳଙ୍କାର କିଣନ୍ତି, ଏହାର ହଲମାର୍କ ଦେଖନ୍ତୁ।ଯଦି ଆପଣ ସୁନା ଏବଂ ରୁପା କିଣିବାର ପ୍ଲାନ୍ କରୁଛନ୍ତି ତେବେ ଆଜି ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ ଆଜି ସୁନା ଦର ବୃଦ୍ଧି ପାଇଛି। ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି ସୁନା ଦର।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold prices high: Find out how much it is in your city | Argus News