Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢ଼ିଲା ସୁନା ଦର, ୧୦ ଗ୍ରାମ ପିଛା ୧ ଲକ୍ଷ ପାର

Banajyotshna Ray
Browse all articles by Banajyotshna Ray
·11 months ago·2 min read
ବଢ଼ିଲା ସୁନା ଦର, ୧୦ ଗ୍ରାମ ପିଛା ୧ ଲକ୍ଷ ପାର

Key Points

ଆକାଶଛୁଆଁ ସୁନା ଦର
ସବୁ ରେକର୍ଡ ଭାଙ୍ଗିଲା ସୁନା
କିଣିବାକୁ ଚାହୁଁଥିଲେ ରେଟ ଜାଣି ଲାଗିବ ଝଟକା

ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। ସୁନା ଦରରେ ବଡ଼ ପରିବର୍ତ୍ତନ। ଗତ କିଛି ଦିନ ଧରି ସୁନା ଓ ରୁପା ଦରରେ ଉତ୍ଥାନ ପତନ ଚାଲିଛି। କିନ୍ତୁ ଆଜିର ସୁନା ରେଟ ଶୁଣି ଆପଣ ଆଉ ସୁନା କିଣିବା ପାଇଁ ମନ ବଳାଇବେ ନାହିଁ। କାହିଁକି ଏତେ ମାତ୍ରାରେ ବଢ଼ୁଛି ସୁନା ଦର ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ। ଭାରତରେ ୮ ଅଗଷ୍ଟ ୨୦୨୫ ତାରିଖରେ ସୁନାର ମୂଲ୍ୟ ଇତିହାସ ରଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଅକ୍ଟୋବର ଫ୍ୟୁଚର୍ସ ସୁନା ୧୦ ଗ୍ରାମ ପ୍ରତି ୧,୦୨,୨୫୦ ଟଙ୍କାରେ ପହଞ୍ଚିଛି। ଯାହା ଏଯାବତର ସର୍ବୋଚ୍ଚ ସ୍ତର ରହିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଚମକ ଦେଖାଇଛି।

ତେବେ ସୁନା ବଜାର ଉପରେ ପ୍ରତିଦିନ ନୂଆ ଖବରର ପ୍ରଭାବ ପଡ଼ୁଛି। ଟ୍ରମ୍ପଙ୍କ ଟାରିଫ ଯୋଗୁ ଆମେରିକୀୟ ବଜାରରେ ସୁନା ଲଣ୍ଡନର ସୁନା ତୁଳନାରେ $୧୦୦ ପ୍ରିମିୟମରେ ବିକ୍ରି ହେଉଛି। ଆମେରିକା ପ୍ରତିବର୍ଷ ୨୨୦-୨୫୦ ଟନ ସୁନା ଆମଦାନୀ କରେ, ଯାହାର ୬୦-୭୦% ସ୍ବଟଜରଲ୍ୟାଣ୍ଡରୁ ଆସେ। ପୂର୍ବରୁ ଏହି ସୁନା ଲଣ୍ଡନରୁ ସ୍ବିଜରଲ୍ୟାଣ୍ଡକୁ ଯାଇ ବାରରେ ପରିଣତ ହେଉଥିଲା ଏବଂ ପରେ ଆମେରିକାକୁ ପଠାଯାଉଥିଲା। ଏବେ ଟାରିଫ ଯୋଗୁ ଏଲ୍‌ଏମ୍‌ଇର ସୁନା ସିଧାସଳଖ ଆମେରିକାକୁ ପଠାଯିବାର ସମ୍ଭାବନା ରହିଛି।

ଆମେରିକାରେ ଏଲ୍‌ବିଏମ୍‌ଏର ଦୁଇଟି ଶୋଧନାଗାର ମଧ୍ୟ ରହିଛି। ଶେଠଙ୍କ ଆକଳନ ଅନୁଯାୟୀ, ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରହେ, ତେବେ ବର୍ଷ ଶେଷ ସୁଦ୍ଧା ସୁନାର ମୂଲ୍ୟ ପ୍ରତି ଔନ୍ସ ୩,୬୦୦ ରୁ ୩,୮୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ ବିଶେଷଜ୍ଞ ମତ ରଖୁଛନ୍ତି। ବିଶ୍ଳେଷକମାନଙ୍କ ମତରେ, ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଆଲୋଚନାରେ ବିବାଦ ଏବଂ ଅକ୍ଟୋବରରେ ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ୨୫ ବେସିସ ପଏଣ୍ଟର ସମ୍ଭାବ୍ୟ ହ୍ରାସ ହେଉଛି ସୁନାର ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ। ଏହା ଆଗକୁ ମଧ୍ୟ ସମାନ ରହିବାର ଆଶଙ୍କା ରହିଛି। ଯଦି ମୂଲ୍ୟ ୯୯,୫୦୦ ଟଙ୍କା ତଳକୁ ଖସେ, ତେବେ ବଡ଼ ବିକ୍ରୟର ସମ୍ଭାବନା ରହିଛି। ତେବେ ସେବେ ପର୍ଯ୍ୟନ୍ତ ପ୍ରତ୍ୟେକ ହ୍ରାସ ନିବେଶକମାନଙ୍କ ପାଇଁ କ୍ରୟର ସୁଯୋଗ।


ଆଗାମୀ ସମୟରେ ସୁନା ୯୯,୫୦୦ ରୁ ୧,୦୩,୦୦୦ ଟଙ୍କା ମଧ୍ୟରେ ଉତ୍‌ଥାନ-ପତନ କରିବ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।ସୁନାର ମୂଲ୍ୟ ବୃଦ୍ଧିର ଆଉ ଏକ ପ୍ରମୁଖ କାରଣ ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି। ଆମେରିକା ଏକ କିଲୋଗ୍ରାମ ଏବଂ ୧୦୦ ଔନ୍ସର ସୁନା ବାର ଆମଦାନୀ ଉପରେ ଶୁଳ୍କ ଲଗାଇଛି, ଯାହା ମୂଲ୍ୟକୁ ଦୃଢ଼ କରିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ସ୍ବିଜରଲ୍ୟାଣ୍ଡ ଉପରେ ପଡ଼ିଛି, ଯାହା ବିଶ୍ୱର ସବୁଠାରୁ ବଡ଼ ସୁନା ଶୋଧନ କେନ୍ଦ୍ର। ଟ୍ରମ୍ପ ପ୍ରଶାସନ ସୱିଟଜରଲ୍ୟାଣ୍ଡରୁ ଆସୁଥିବା ସୁନା ଉପରେ ୩୯% ଟାରିଫ ଲଗାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେହେତୁ COMEX ରେ ଏକ କିଲୋଗ୍ରାମ ବାରରେ ସବୁଠାରୁ ଅଧିକ କାରବାର ହୁଏ, ଏହି ନିଷ୍ପତ୍ତି ସିଧାସଳଖ ମୂଲ୍ୟକୁ ପ୍ରଭାବିତ କରୁଛି। ଏହା ବ୍ୟତୀତ, ବଜାରରେ ଏହା ମଧ୍ୟ ଆଶା କରାଯାଉଛି ଯେ ସେପ୍ଟେମ୍ବରରେ ଆମେରିକୀୟ ସୁଧ ହାର ୦.୨୫% ହ୍ରାସ ପାଇପାରେ। ଚାଇନାର ନିରନ୍ତର ସୁନା କ୍ରୟ ମଧ୍ୟ ଏହି ବୃଦ୍ଧିକୁ ସମର୍ଥନ କରୁଛି। ଜୁଲାଇ ମାସରେ ଚାଇନା ଲଗାତାର ନବମ ଥର ପାଇଁ ସୁନା କିଣିଛି। ଏସବୁର ପ୍ରଭାବ ବର୍ତ୍ତମାନ ସମୟରେ ସୁନା ଉପରେ ପଡ଼ିଛି। ଅନ୍ୟପଟେ ଗ୍ରାହକ ସୁନା କିଣା ଉପରେ ମୁହଁ ଫେରାଉଛନ୍ତି।


ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

Sponsored