Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବଜାରରେ ସୁନା ଦର ୯୨ହଜାର ଡେଇଁଲା

Ritu Das
Browse all articles by Ritu Das
·1 year ago·1 min read
ଆଜି ବଜାରରେ ସୁନା ଦର ୯୨ହଜାର ଡେଇଁଲା

ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍‌ ଇଣ୍ଡିଆ ସରାଫା ଆସୋସିଏଶନ କହିଛି। ଗୁରୁବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ଦର ୯୧,୦୫୦ ଟଙ୍କା ରହିଥିତ୍ବାବେଳେ ଶୁକ୍ରବାର ୯୨,୧୫୦ ଟଙ୍କା ହୋଇଛି। ଗତବର୍ଷ ଏପ୍ରିଲ ୧ରେ ୧୦ ଗ୍ରାମ ସୁନା ଦର ୬୮,୪୨୦ ଟଙ୍କା ଥିବାବେଳେ ବର୍ଷକ ମଧ୍ୟରେ ତାହା ୨୩,୭୩୦ ଟଙ୍କା ବା ୩୫ ପ୍ରତିଶତ ବୃଦ୍ଧି ପାଇଛି।


ସେହିପରି ୯୯.୫ ପ୍ରତିଶତ ଶୁଦ୍ଧ ସୁନା ଦର ଶୁକ୍ରବାର ୧,୧୦୦ ଟଙ୍କା ବଢ଼ି ୯୧,୭୦୦ ଟଙ୍କା ହୋଇଛି, ଯାହାକି ସର୍ବକାଳୀନ ରେକର୍ଡ। ଦିନକ ପୂର୍ବରୁ ଏହି ସୁନା ଦର ୯୦,୬୦୦ ଟଙ୍କା ରହିଥିଲା। ବୈଶ୍ୱିକ ସ୍ତରରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା ଏବଂ ଆର୍ଥତ୍କ ବିକାଶ ଉପରେ ଏହାର ପ୍ରଭାବକୁ ନେଇ ସୁନା ଦର ବଢ଼ିଚାଲିଥିବା କୁହାଯାଉଛି। ସେହିପରି ରୁପା ଦର ମଧ୍ୟ ୧,୩୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ଦର ୧,୦୩,୦୦୦ ଟଙ୍କା ହୋଇଛି। ଗୁରୁବାର ରୁପା ଦର ୧,୦୧,୭୦୦ ଟଙ୍କା ରହିଥିଲା। ଗତ ୧୯ ତାରିଖରେ ରୁପା ଦର ସର୍ବାଧିକ ୧,୦୩,୫୦୦ ଟଙ୍କାରେ ପହଞ୍ଚିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gold-prices-jump-by-rs-92000-in-the-market-today | Argus News