Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୋମବାରରେ ହଠାତ ଖସିଲା ସୁନା ଦର! ୧୦ ଗ୍ରାମକୁ ମାତ୍ର ଏତିକି ରହିଛି ମେକିଙ୍ଗ ଚାର୍ଜ

Ritu Das
Browse all articles by Ritu Das
·1 year ago·1 min read
ସୋମବାରରେ ହଠାତ ଖସିଲା ସୁନା ଦର! ୧୦ ଗ୍ରାମକୁ ମାତ୍ର ଏତିକି ରହିଛି ମେକିଙ୍ଗ ଚାର୍ଜ

ଆଜି ସୋମବାର ୨୪ ମାର୍ଚ୍ଚକୁ ସୁନା ଶସ୍ତା ହୋଇଛି । ସୁନା ଦର ସାମାନ୍ୟ ତଳକୁ ଖସିଛି । ଗତ ସପ୍ତାହରେ ଶୁକ୍ରବାର ତୁଳନାରେ ସୁନା ଦରରେ ପାଖାପାଖି ୯୦୦ ଟଙ୍କା କରେକ୍ସନ ଆସିଛି । ସୁନା ଦରରେ ଏଭଳି ହ୍ରାସ ଆଗକୁ ଜାରି ରହିପାରେ । ଦେଶର ବଡ ସହରରେ ୨୪ କ୍ୟାରେଟ ସୁନା ଦର ୮୯,୯୦୦ ଟଙ୍କା ଉପରେ ଓ ୨୨ କ୍ୟାରେଟ ସୁନା ରେଟ ୮୨,୪୦୦ ଟଙ୍କା ଉପରେ କାରବାର କରୁଛି । ଏକ କିଲୋଗ୍ରାମ ରୂପା ଦାମ ୧,୦୦,୯୦୦ ଟଙ୍କାରେ କାରବାର କରୁଛି ।


ରୂପା ଦରରେ ୪୦୦୦ ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ଦିଲ୍ଲୀରେ ୨୪ ମାର୍ଚ୍ଚରେ ୨୨ କ୍ୟାରେଟ ସୁନା ରେଟ ୮୨,୪୪୦ ଟଙ୍କା ଓ ୨୪ କ୍ୟାରେଟ ସୁନା ଦାମ ୮୯,୯୭୦ ଟଙ୍କା ରହିଛି । ସେହିଭଳି ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୮୭,୭୭୦ ଥିବା ବେଳେ ୨୨ କ୍ୟାରେଟ ସୁନା ରେଟ ୮୨,୨୯୦ ରେ କାରବାର କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gold-prices-plunge-on-monday-making-charge-is-only-rs-10-per-gram | Argus News