Videos
|
National

ପୁଣି ଚିନ୍ତା ବଢ଼ାଇଲା ସୁନା ଦର: ଏକାଥରେ ବଢ଼ିଲା ୨୭୦୦ ଟଙ୍କା

Ritu Das
Browse all articles by Ritu Das
·1 year ago·1 min read
ପୁଣି ଚିନ୍ତା ବଢ଼ାଇଲା ସୁନା ଦର: ଏକାଥରେ ବଢ଼ିଲା ୨୭୦୦ ଟଙ୍କା

ପୁଣି ଚିନ୍ତା ବଢ଼ାଇଲା ସୁନା ଦର। ଏକାଥରେ ବଢ଼ିଲା ୨୭୦୦ ଟଙ୍କା। ଯାହାକୁ ନେଇ ଚିନ୍ତାରେ ଲୋକେ। କିଛି ଦିନ ହେବ ସୁନା ଓ ରୁପା ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା। ଯାହାକୁ ନେଇ ଆକଳନ କରାଯାଉଥିଲା କି, ସୁନା ୫୪ ହଜାର ହୋଇଯିବ। ଆଉ ଏହି ଖବର ଶୁଣି ସୁନା ପ୍ରେମୀ ବି ଖୁସି ହୋଇଯାଇଥିଲେ। ହେଲେ ଦୁଇ ଚାରି ଦିନର ହ୍ରାସ ପରେ ପୁଣି ବଢିଛି ସନା ରୁପା ଦର। ହେଲେ ଯେତିକି କମି ନଥିଲା ତା ଠାରୁ ଅଧିକ ବଢ଼ିଯାଇଛି ଦାମ୍। ହଁ ପୁଣି ଥରେ ଦିଲ୍ଲୀ ଠାରୁ ଆରମ୍ଭ କରି ଅନେକ ରାଜ୍ୟରେ ସୁନା ରୁପା ଦାମ୍ ବୃଦ୍ଧି ପାଇଛି। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି। ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା।


ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ରହିଛି। ଯାହାକି ଗତକାଲି ୮୨,୯୦୦ ରହିଥିଲା। ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି। ଏହାସହ ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ରହିଛି। ଗତକାଲି ଥିଲା ୬୭,୮୩୦ ଟଙ୍କା। ଯେଉଁଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୪୦୦ ରହିଛି। ଗତକାଲି ଏହା ୧୦,୨୦୦ ଥିଲା। ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gold-prices-raise-concerns-again-suddenly-increase-by-rs-2700 | Argus News