Gold Price / ସୁନା ଓ ରୂପା ଦର କମିବାର କାରଣ ଜଣାପଡ଼ିଲା...
·10 months ago·2 min read

Key Points
କମୁଛି ସୁନା ଓ ରୂପା ଦର
ଗ୍ରାହକଙ୍କ ମଧ୍ୟରେ ଉତ୍ସାହ
କାହିଁକି କମୁଛି ସୁନା ଓ ରୂପା ଦର
ଗ୍ରାହକଙ୍କ ମଧ୍ୟରେ ଉତ୍ସାହ
କାହିଁକି କମୁଛି ସୁନା ଓ ରୂପା ଦର
କମୁଛି ସୁନା ଓ ରୂପା ଦର। ହେଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯେଉଁଭଳି ଭାବରେ ହୁତୁହୁତୁ ହୋଇ ବଢ଼ିଚାଲିଥିଲା ସୁନା ଓ ରୂପା ଦର ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଧିରେ ଧିରେ କମୁଛି ସୁନା ଦର ଯାହା ଖୁସି ଲାଗୁଛି। ଅନେକ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଏବେ ସୁନା ଏବଂ ରୂପା ଦର କମିବାରେ ଲାଗିଛି। ବିଶେଷଜ୍ଞମାନଙ୍କ ମତରେ ଏହାର ମୁଖ୍ୟ କାରଣ ଅର୍ଥନୀତି ଓ ବୈଶ୍ଵିକ ଭୁ-ରାଜନୀତି ସହ ଜଡ଼ିତ। ଏହା ବ୍ୟତୀତ ଦୁର୍ବଳ ମୁଦ୍ରାସ୍ଫୀତି ତଥ୍ୟ ଯୋଗୁଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ୍ ରିଜର୍ଭ) ସୁଧ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି ଆଶା କରାଯାଉଛି।
ଏହା ହେଲେ ସୁନାକୁ ସମର୍ଥନ ମିଳିପାରେ। ଯଦି ଫେଡେରାଲ ରିଜର୍ଭ ଆଶା କରାଯାଉଥିବା ଠାରୁ କମ୍ ସୁଧ ହାର କମାଇବାକୁ ସୂଚନା ଦିଏ, ତେବେ ସୁନା ଦର ଆହୁରି ଖସିପାରେ। ୨୨ କ୍ୟାରେଟ୍ କୁ ୧୨୧୭୦୦ ଓ ୨୪ କ୍ୟାରେଟ୍ ୧୩୨୬୦୦ ଟଙ୍କାରେ ବିକ୍ରି ହେଉଛି ସୁନା।ସୁନା ଦର ଏମିତି ହୁ ହୁ ହୋଇ ବଢୁଥିବା ଦେଖି ସୁନା ଗହଣା ଶୋ ରୁମ୍ ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ନିବେଶକମାନେ ସୁନା ଓ ରୂପା ଭଳି ‘ନିରାପଦ ନିବେଶ’ରୁ ନିଜ ପୁଞ୍ଜି ବାହାର କରି ନେଉଛନ୍ତି। ଆମେରିକା ଏବଂ ଚାଇନା/ଭାରତ ମଧ୍ୟରେ ବାଣିଜ୍ୟ ଆଲୋଚନା ଓ ଗାଜା ଶାନ୍ତି ପ୍ରକ୍ରିୟାରେ ଉତ୍ସାହଜନକ ଖବର ଯୋଗୁଁ ବିଶ୍ୱ ବଜାରରେ ଭୟ କମିଛି।
ସେହିପରି ଦର ବଢ଼ିଥିବାରୁ ଅନେକ ନିବେଶକ ଏବେ ଲାଭ ନେବା ପାଇଁ ସୁନା ଓ ରୂପା ବିକ୍ରି କରି ଦେଉଛନ୍ତି। ଏବେ ଅନେକ କେନ୍ଦ୍ରୀୟ ବ୍ୟାଙ୍କର ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେପଟେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଓ ଚାଇନା ରାଷ୍ଟ୍ରପତିଙ୍କ ବୈଠକ ଯୋଗୁଁ ବଜାରରେ ଅସ୍ଥିରତା ଲାଗି ରହିବ। ଅନ୍ୟପଟେ ସୁନା ଓ ରୂପା ଦର କମିବା କାରଣରୁ ଏଣିକି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ଆଗାମୀ ଦିନରେ ଏହା ଆହୁରି କମୁଛି କି ବଢ଼ୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ।
ଏଥିସହ ପଢ଼ନ୍ତୁ: ୪ ଦିନରେ ୭ ହଜାର ଶସ୍ତା ହେଲା ସୁନା, ଜାଣନ୍ତୁ ହଠାତ୍ କାହିଁକ ଏତେ କମିଲା ଦର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ କିଛି ଦିନ ଧରି ଲଗାତର ସୁନା-ରୂପା ଦର ବୃଦ୍ଧି ହେବା ପରେ ଏବେ ମୂଲ୍ୟ ହ୍ରାସ ହେବାରେ ଲାଗିଛି । ଗତ ସପ୍ତାହରେ ସୁନା ମୂଲ୍ୟରେ ତୀବ୍ର ହ୍ରାସ ଦେଖାଦେଇଛି । ମାତ୍ର ଚାରିଟି ବ୍ୟବସାୟିକ ଦିନରେ ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରତି ୧୦ ଗ୍ରାମ ୭,୦୦୦ ଟଙ୍କାରୁ ଅଧିକ ହ୍ରାସପାଇଥିଲା । ଏହି ହ୍ରାସ କେବଳ ଅନ୍ତର୍ଜାତୀୟ ବଜାରରେ ନୁହେଁ ବରଂ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(MCX) ଏବଂ ଘରୋଇ ବଜାରରେ ମଧ୍ୟ ଦେଖାଯାଇଥିଲା । ଗତ ସପ୍ତାହର ପ୍ରଥମ ବ୍ୟବସାୟିକ ଦିନରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧.୩୦ ଲକ୍ଷ ଟଙ୍କା ଉପରେ ଥିଲା । କିନ୍ତୁ ସପ୍ତାହର ଶେଷ ବ୍ୟବସାୟିକ ଦିନରେ ଏହା ୧.୨୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ଏବେ ଏହି ଦର ଆହୁରି ଅଧିକ କମିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories