Gold Prices Fall / ହଠାତ୍ ଶସ୍ତା ହେଲା ସୁନା-ରୂପା, ଦେଖନ୍ତୁ ଏହାର ନୂଆ ଦର
·1 hour ago·2 min read

Key Points
ଶସ୍ତା ହେଲା ସୁନା ଓ ରୂପାର ଦର
ଆଜି ସୁନା ଏବଂ ରୂପା ଶସ୍ତା ହୋଇଛି
ସୁନା ପ୍ରତି ୧୦ ଗ୍ରାମ ୧,୨୬୯ ଟଙ୍କା କମିଛି
ରୂପା ମଧ୍ୟ ପ୍ରତି କିଲୋଗ୍ରାମ ୧,୪୩୯ ଟଙ୍କା କମିଛି
ଆଜି ସୁନା ଏବଂ ରୂପା ଶସ୍ତା ହୋଇଛି
ସୁନା ପ୍ରତି ୧୦ ଗ୍ରାମ ୧,୨୬୯ ଟଙ୍କା କମିଛି
ରୂପା ମଧ୍ୟ ପ୍ରତି କିଲୋଗ୍ରାମ ୧,୪୩୯ ଟଙ୍କା କମିଛି
ଭୁବନେଶ୍ବର୧୨/୧୦: ଆପଣ ସୁନା କିମ୍ବା ରୂପା କିଣିବାକୁ ଚାହୁଁଛନ୍ତିି କି? ଯଦି ଆପଣ ସୁନା କିମ୍ବା ରୂପା କିଣିବାକୁ ଚାହୁଁଛନ୍ତିି ତେବେ ଆପଣଙ୍କ ପାଇଁ ଆସିଳା ଖୁସି ଖବର। ଶସ୍ତା ହେଲା ସୁନା ଓ ରୂପାର ଦର। ସପ୍ତାହର ପ୍ରଥମ ଦିନରେ ଆଜି ସୁନା ଏବଂ ରୂପା ଶସ୍ତା ହୋଇଛି। ସୁନା ପ୍ରତି ୧୦ ଗ୍ରାମ ୧,୨୬୯ ଟଙ୍କା କମିଥିବା ବେଳେ ରୂପା ମଧ୍ୟ ପ୍ରତି କିଲୋଗ୍ରାମ ୧,୪୩୯ ଟଙ୍କା ହ୍ରାସ ପାଇଛି।
MCXରେ ସୁନା ଓ ରୂପା ଦର
ଡିସେମ୍ବର ୪ ତାରିଖ ଡେଲିଭରି ପାଇଁ MCX ସୁନା ପୂର୍ବ କାରବାର ଦିନରେ ପ୍ରତି ୧୦ ଗ୍ରାମ ୧,୫୧,୪୯୯ ଟଙ୍କାରେ ବନ୍ଦ ହୋଇଥିଲା। ଆଜି ଏହା ୧,୫୧,୫୯୬ ଟଙ୍କାରେ ଖୋଲିବା ପରେ ପ୍ରାରମ୍ଭିକ କାରବାରରେ ୧,୫୦,୦୮୦ ଟଙ୍କାକୁ ଖସିଥିଲା। ସେହିପରି, ଡିସେମ୍ବର ଡେଲିଭରି ପାଇଁ MCX ରୂପା ପୂର୍ବ ଅଧିବେଶନରେ କିଲୋଗ୍ରାମ ପ୍ରତି ୨,୨୫,୭୫୫ ଟଙ୍କାରେ ବନ୍ଦ ହୋଇଥିଲା। ଆଜି ଏହା ୨,୨୫,୪୯୪ ଟଙ୍କାରେ ଖୋଲି ପ୍ରାରମ୍ଭିକ କାରବାରରେ ୨,୨୪,୩୨୬ ଟଙ୍କାକୁ ଖସିଥିଲା।
ବଜାରରେ ସୁନା ଦର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁଡ୍ ରିଟର୍ଣ୍ଣସ୍ର ତଥ୍ୟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୪୪୦ ଟଙ୍କା ହ୍ରାସ ପାଇ ୧,୫୦,୯୮୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନା ୪୦୦ ଟଙ୍କା କମି ୧,୩୮,୪୦୦ ଟଙ୍କା ହୋଇଛି। ସେହିପରି, ୧୮ କ୍ୟାରେଟ୍ ସୁନା ୩୩୦ ଟଙ୍କା ହ୍ରାସ ପାଇ ୧,୧୩,୨୪୦ ଟଙ୍କାରେ ପହଞ୍ଚିଛି। ରୂପା କିଲୋଗ୍ରାମ ପ୍ରତି ୨,୪୦,୦୦୦ ଟଙ୍କାରେ ସ୍ଥିର ରହିଛି।
ଆନ୍ତର୍ଜାତୀୟ ବଜାର ଉପରେ ନଜର
ଆନ୍ତର୍ଜାତୀୟ ବଜାରରେ ସୁନା ଦର ସ୍ଥିର ରହିଛି। ଏହି ସପ୍ତାହରେ ଆମେରିକାର ମୁଦ୍ରାସ୍ଫୀତି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବାକୁ ଥିବାରୁ ନିବେଶକମାନେ ଏହା ଉପରେ ନଜର ରଖିଛନ୍ତି। ଏହି ତଥ୍ୟ ଆମେରିକାର ଫେଡେରାଲ ରିଜର୍ଭର ସୁଧ ହାର ସମ୍ପର୍କିତ ପରବର୍ତ୍ତୀ ନିଷ୍ପତ୍ତିକୁ ପ୍ରଭାବିତ କରିପାରେ।

Related Topics
Explore more stories