Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିନ୍ତାରେ ଗ୍ରାହକ: ସୁନା ହେବ ୯୬ ହଜାର

National

ଚିନ୍ତାରେ ଗ୍ରାହକ: ସୁନା ହେବ ୯୬ ହଜାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଚିନ୍ତାରେ ଗ୍ରାହକ: ସୁନା ହେବ ୯୬ ହଜାର

ଆଉ ଝିଅ ବାହାଘର କରିବା ଭାରି କଷ୍ଟ ହୋଇଯିବ ବାପା, ମା'ଙ୍କ ପାଇଁ। କାହିଁକି ନା ଯେଉଁଭଳି ଭାବରେ ସୁନା ଦର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ବର୍ତ୍ତମାନ ସମୟରେ ସୁନା କିଣିବା କଷ୍ଟକର ହୋଇପଡିବ। ବର୍ତ୍ତମାନ ସୁନା ଦର ୯୨ ହଜାର ହୋଇଥିବାବେଳେ ଖୁବଶୀଘ୍ର ୯୬ ହଜାର ହୋଇଯିବ। ଆଇସିଆଇସିଆଇ ବ୍ୟାଙ୍କ ଗ୍ଲୋବାଲ ମାର୍କେଟ୍ସର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମାର୍ଦ୍ଧରେ ସ୍ଥାନୀୟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ଟଙ୍କାରୁ ୯୦,୦୦୦ ଟଙ୍କା ମଧ୍ୟରେ ଏବଂ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ପ୍ରତି ୧୦ ଗ୍ରାମ ୯୪,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା ମଧ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ବିଶେଷକରି ବିବାହ ଏବଂ ପର୍ବପର୍ବାଣୀ ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଏ। ସୁନା ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ଅଳଙ୍କାର କ୍ରେତାମାନଙ୍କୁ ଚିନ୍ତାରେ ପକାଇଛି। ତଥାପି ନିବେଶ ଚାହିଦା ଦୃଢ଼ ରହିଛି।


ତେବେ ଅଳଙ୍କାର କ୍ରୟ ହ୍ରାସ ପାଇଥିଲେ ହେଁ ସୁନାରେ ନିବେଶ ସ୍ଥିର ରହିଛି। ETF ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ଆମେରିକାର ଟାରିଫ ନୀତି ଯୋଗୁ ୨୦୨୫ ପ୍ରଥମାର୍ଦ୍ଧରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ରୁ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶ୍ଳେଷକଙ୍କ ମତରେ, ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ଏହା ଆହୁରି ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୬,୦୦୦ ଟଙ୍କା ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତରେ ସୁନା କେବଳ ଏକ ନିବେଶ ବିକଳ୍ପ ନୁହେଁ ବରଂ ସାଂସ୍କୃତିକ ପରମ୍ପରାର ଏକ ଅଂଶ ମଧ୍ୟ। ICICI ବ୍ୟାଙ୍କ ରିପୋର୍ଟ ଦର୍ଶାଉଛି ଯେ ଏହି ସମୟରେ ଅଳଙ୍କାରର ଚାହିଦା ପ୍ରଭାବିତ ହୋଇଛି। ସୁନା ମୂଲ୍ୟ ବୃଦ୍ଧି ଅଳଙ୍କାର ଚାହିଦାକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଯାହା ସୁନା ଆମଦାନୀକୁ ଗତ ୧୧ ମାସ ମଧ୍ୟରେ ସର୍ବନିମ୍ନସ୍ତର ୨.୩ ବିଲିୟନ ଡଲାରକୁ ଠେଲି ଦେଇଛି। ଏହା ମାସିକ ୧୪ ପ୍ରତିଶତ ଏବଂ ବର୍ଷସାରା ୬୩ ପ୍ରତିଶତ ହ୍ରାସ ପାଇଛି।


Argus Whatsapp Channel Mobile Top
Sponsored
gold-will-be-96-thousand-in-state | Argus News