Shocking Incident / ଗୁପଚୁପ୍ ଖାଇବା ହେଲା କାଳ….ଜଣେ ପିଲାର ମୃତ୍ୟୁ ସହ ୧୭ଜଣ ଗୁରୁତର
·4 months ago·2 min read

Key Points
ଗୁପଚୁପ୍ ଖାଇବା ହେଲା କାଳ। ଗୁପଚୁପ୍ ଓ ଚାଟ୍ ଖାଇବା ଦ୍ୱାରା ୧୭ଜଣ ଲୋକଙ୍କ ସ୍ଥିତି ବିଗିଡ଼ି ଯାଇଛି।
ଗୁପଚୁପ୍ ଖାଇବା ହେଲା କାଳ। ଗୁପଚୁପ୍ ଓ ଚାଟ୍ ଖାଇବା ଦ୍ୱାରା ୧୭ଜଣ ଲୋକଙ୍କ ସ୍ଥିତି ବିଗିଡ଼ି ଯାଇଛି। ଘଟଣାଟି ଗିରିଡିହର ମୁଫସିଲ୍ ଥାନା ଅଞ୍ଚଳର ବଜଟୋ ଗାଁରେ ଶନିବାର ସନ୍ଧ୍ୟାରେ ଘଟିଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଛୋଟ ପିଲା ଥିଲେ। ଜଣେ ପିଲାର ମୃତ୍ୟୁ ହୋଇ ସାରିଛି। ମୃତକ ରିଙ୍କୁ ଦେବୀଙ୍କର ଛଅ ବର୍ଷିୟ ପୁତ୍ର ରଞ୍ଜନ କୁମାର ବର୍ମା। ଅବଶିଷ୍ଟ ସମସ୍ତଙ୍କର ଚିକିତ୍ସା ସଦର ହସ୍ପଟାଲରେ ଚାଲୁଛି। ସଦର ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ ଅସୁସ୍ଥ ଲୋକଙ୍କ ସ୍ଥିତି ବିପଦ ବାହାରେ। ଡାକ୍ତର ଫୁଡ୍ ପଏଜନିଂରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାର ହେବାର ଆଶଙ୍କା କରିଛନ୍ତି। ଚିକିତ୍ସକ ସବୁ ଅସୁସ୍ଥ ଲୋକଙ୍କ ଉପରେ କଡ଼ା ନଜର ରଖିଛନ୍ତି।
ସୂଚନା ଅନୁସାରେ , ଶନିବାର ସନ୍ଧ୍ୟାରେ ଗାଁକୁ ଗୁପଚୁପ୍ ଏବଂ ଚାଟ୍ ବିକାଳି ଆସି ଥିଲେ। ସେ ପ୍ରାୟତଃ ଗୁପଚୁପ୍ ଏବଂ ଚାଟ୍ ବିକ୍ରି କରିବାକୁ ଗାଁକୁ ଆସୁ ଥିଲେ ଏବଂ ମୁଫସିଲ ଥାନା ଅଞ୍ଚଳର ପାଲମୋରେ ରୁହନ୍ତି। ଏଥିରୁ ଗାଁର ଅନେକ ପିଲା ଏବଂ ବଡ଼ ମାନେ ଗୁପଚୁପ୍ ଓ ଚାଟ୍ ଖାଇଥିଲେ। ଯେଉଁ ଲୋକେ ମଧ୍ୟ ଗୁପଚୁପ୍ ଓ ଚାଟ୍ ଖାଉ ଥିଲେ, ରବିବାର ସକାଳେ ହେବା କ୍ଷଣି ସେହି ସମସ୍ତଙ୍କୁ ଖୁବ୍ ଜ୍ୱର, ପେଟରେ ଅସହ୍ୟ ଯନ୍ତ୍ରଣା, ବାନ୍ତି ଓ ଝାଡ଼ା ଆରମ୍ଭ ହୋଇଗଲା। ସନ୍ଧ୍ୟା ହେବା କ୍ଷଣି ସ୍ଥିତି ଆହୁରି ଖରାପ ହୋଇ ଗଲା। ଜଣେ ପିଲାର ମୃତ୍ୟୁ ହୋଇଗଲା। ତୁରନ୍ତ ଲୋକେ ଅସୁସ୍ଥ ପିଲାକୁ ନେଇ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ପହଞ୍ଚି ଥିଲେ।
ଏହାସହ ପଢ଼ନ୍ତୁ: ବିରିୟାନି ପରେ, ତରଭୁଜ ଖାଇ ଗୋଟିଏ ପରିବାରର ୪ ଜଣଙ୍କର ଚାଲିଗଲା ଜୀବନ
ଡିସି ରାମନିବାସ ଯାଦବ ନିଜେ ସମଗ୍ର ମାମଲା ଉପରେ ନଜର ରଖୁଛନ୍ତି। ଡିସି ଅନେକ ଅଧିକାରୀଙ୍କ ସହିତ ରାତିରେ ବଜଟୋ ଗାଁରେ ପହଞ୍ଚି ସମଗ୍ର ପରିସ୍ଥିତିର ସମୀକ୍ଷା କରିଥିଲେ। ଅସୁସ୍ଥ ହୋଇଥିବା ପିଲାମାନଙ୍କ ମଧ୍ରେ ୯ ବର୍ଷିୟା ପ୍ରିନ୍ସ, ୧୬ ବର୍ଷୀୟ ସୁଜିତ କୁମାର, ୩୦ ବର୍ଷିୟା ରିଙ୍କି ଦେବୀ, ୧୭ ବର୍ଷୀୟା ମଧୁ ବର୍ମା ଏବଂ ୩୫ ବର୍ଷିୟ ବଳରାମ ପ୍ରସାଦ ବର୍ମା, ୧୨ ବର୍ଷିୟ କୁମାର ବାଦଲ, ୧୩ ବର୍ଷିୟା ଜାଗୃତି କୁମାରୀ, ୨ ବର୍ଷିୟ ହିତେଶ କୁମାର, ୬ ବର୍ଷିୟା ସାକ୍ଷୀ କୁମାରୀ, ୧୩ ବର୍ଷିୟା ମନିତା କୁମାରୀ, ୧୩ ବର୍ଷିୟ ଦିବାକର କୁମାର ବର୍ମା, ୬ ବର୍ଷିୟା ସନ୍ଧ୍ୟା କୁମାରୀ, ୮ ବର୍ଷିୟା ରାଣୀ କୁମାରୀ, ୧୧ ବର୍ଷିୟା ରିଆ କୁମାରୀ, ୫ ବର୍ଷିୟ ରଞ୍ଜନ କୁମାର ଏବଂ ୨୨ ବର୍ଷିୟା ରେଖା କୁମାରୀ ଅନ୍ତର୍ଭୁକ୍ତ । ସମସ୍ତେ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥ ପିଲାମାନଙ୍କ ମଧ୍ୟରୁ ଅନେକ ଗୋଟିଏ ପରିବାରର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗାଣ୍ଡେୟରୁ ବିଧାୟକ କଳ୍ପନା ସୋରେନ କହିଛନ୍ତି , ଗିରିଡିହରେ ହୋଇଥିବା ଖାଦ୍ୟ ବିଷାକ୍ତକରଣ ଘଟଣା ଅତ୍ୟନ୍ତ ଦୁଃଖଦ। ଏହି ଦୁଃଖର ମୁହୂର୍ତ୍ତରେ ଆମେ ଶୋକସନ୍ତପ୍ତ ପରିବାର ସହିତ ଠିଆ ହୋଇଛୁ । ଜିଲ୍ଲା ପ୍ରଶାସନକୁ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ଉପଯୁକ୍ତ ଖାଦ୍ୟ ଅଡିଟ୍ ସୁନିଶ୍ଚିତ କରିବାକୁ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଲୋକଙ୍କୁ ସର୍ବୋତ୍ତମ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
Related Topics
Explore more stories