Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତୀୟ ଆଇଟି ସେକ୍ଟରରେ ଖୁସିର ଖବର

National

ଭାରତୀୟ ଆଇଟି ସେକ୍ଟରରେ ଖୁସିର ଖବର

Ritu Das
Browse all articles by Ritu Das
·1 year ago·1 min read
ଭାରତୀୟ ଆଇଟି ସେକ୍ଟରରେ ଖୁସିର ଖବର

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ସାରା ବିଶ୍ୱରେ ଟେକ୍ନୋଲୋଜି କ୍ଷେତ୍ରରେ ବହୁମାତ୍ରାରେ ଛଟେଇ ଚାଲିଥିବା ବେଳେ ଆଗକୁ କିଛି କମ୍ପାନୀରୁ ବହୁ କର୍ମଚାରୀ ବିଦା ହୋଇ ପାରନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଆଇଟି ସେକ୍ସଟରରେ ସକାରାତ୍ମକ ସଙ୍କେତ ଦେଖିବାକୁ ମିଳିଛି । ଦେଶର କିଛି ଅଗ୍ରଣୀ ଆଇଟି କମ୍ପାନୀ ଟେକ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିସିଏସ, କଗ୍ନିଜାଣ୍ଡ ଓ ଆସେଞ୍ଚର ପରି ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ତାମିଲନାଡ଼ୁ କଲେଜମାନଙ୍କରେ ବହୁସଂଖ୍ୟକ ଟେକ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି । ଏହି କମ୍ପାନୀମାନେ ଚେନ୍ନାଇର କଲେଜ ଅଫ୍ ଇଞ୍ଜିନିୟରିଂ (ସିଇଜି) ଓ ଏମଆଇଟି ପରି ପ୍ରତିଷ୍ଠିତ କଲେଜରେ ଫ୍ରେଶର୍ସଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।

ଏକ ରିପୋର୍ଟ ମୁତାବକ, ଟିସିଏସ, କଗ୍ନିଜାଣ୍ଡ ଓ ଆସେଞ୍ଚର ଆସନ୍ତା ମାସରେ ଚେନ୍ନାଇର ଇଞ୍ଜିନିୟରିଂ କଲେଜରେ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଁ ଯିବେ । ସେପ୍ଟେମ୍ବର ମାସରେ ଏହି ପ୍ରତିଷ୍ଠିତ କମ୍ପାନୀମାନେ ଦକ୍ଷତାସମ୍ପନ୍ନ ଆଇଟି ଫ୍ରେସର୍ଶଙ୍କୁ ଭର୍ତ୍ତି କରିବେ ଓ ଆକର୍ଷଣୀୟ ବେତନ ପ୍ୟାକେଜ୍ କରିବେ । ଆସନ୍ତା ମାସରେ ପ୍ଲେସମେଣ୍ଟ ପାଇଁ କ୍ୟାମ୍ପସ ଆସିବା ନେଇ ଟିସିଏସ୍ ପକ୍ଷରୁ ଇ-ମେଲ ଆସିଥିବା ଇସବାରୀ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ କହିଛନ୍ତି । ସେହିପରି ଅନ୍ୟ ଏକ ଟେକ୍ କମ୍ପାନୀ କଗ୍ନିଜାଣ୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେବା ସହ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good news | Argus News